କଟକ ୦୬।୧୦ : କଟକରେ ବଳବତ୍ତର ରହିଛି କର୍ଫ୍ୟୁ । କଟକ ସହରରେ ହିଂସା ଘଟଣାରେ ଏବେ ଯାଏଁ ମୋଟ୍ ୩ଟି ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଗିରଫଦାରୀ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।  

ସିପି ଆହୁରି ମଧ୍ୟ କହିଛନ୍ତି ଯେ, ସ୍ଥିତିକୁ ଦେଖି କଟକ ସହରର କିଛି ସ୍ଥାନରେ କଟକଣା ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ହିଂସା ଘଟଣାରେ ତିନୋଟି ମାମଲା ରୁଜୁ ହୋଇଛି ।  ସିସିଟିଭି ଫୁଟେଜ ଆଧାରରେ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ଗିରଫ କରାଯିବ । ବର୍ତ୍ତମାନ ଏହି ସଂଖ୍ୟା କହିହେବନି । ପରିସ୍ଥିତିକୁ ଦେଖି ୫୦ରୁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ​​​​​​​

​​​​​​​