LIVE TV

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ମହାଷ୍ଟମୀରେ ମା’ଙ୍କ ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ

NEWS7
CM

କେନ୍ଦୁଝର ୩୦।୯: ମହାଷ୍ଟମୀ ଅବସରସରେ ମା’ଙ୍କ ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଝୁମ୍ପୁରା ଦୁର୍ଗାପୂଜା ମଣ୍ଡପକୁ ଯାଇ ମା’ଙ୍କ ଆଶିଷ ଭିକ୍ଷା କରିବାକୁ ଭୁଲିନାହାନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ରାଇସୁଆଁ ଏୟାରଷ୍ଟ୍ରିପରେ ଅବତରଣ କରିବା ପରେ ନିଜ ପୈତୃକ ଗାଁ ରାଇକଳା ଯାଇଥିଲେ । ସେଠାରେ ତାଙ୍କୁ ପରିବାର ଲୋକେ ପାରମ୍ପରିକ ରୀତିରେ ବନ୍ଦାପନା କରି ଘରକୁ ପାଛୋଟି ନେଇଥିଲେ ।

ଏହାପରେ ୫୨ ବର୍ଷର ପୁରାତନ ଝୁମ୍ପୁରା ଦୁର୍ଗାପୂଜା ମଣ୍ଡପରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମହାଷ୍ଟମୀ ଯଜ୍ଞରେ ଆହୁତି ଦେଇଥିଲେ । ପୂର୍ବରୁ ପ୍ରତିବର୍ଷ ସେ ଏଠାରେ ମା'ଙ୍କ ପୂଜାରେ ଉପସ୍ଥିତ ରହୁଥିବା ବେଳେ, ଏବର୍ଷ ମଧ୍ୟ ଯୋଗ ଦେଇଥିଲେ । ଏଠାରେ ଆହୁତି ଦେବା ପରେ ମା’ ଦୁର୍ଗାଙ୍କ ଆଳତୀ କରିଥିଲେ । ମା’ଙ୍କ ପୂଜାର୍ଚ୍ଚନା ପରେ ଝୁମ୍ପୁରା ବଜାରରେ ଚାଲି ଚାଲି ଯାଇ ସାଇ ମନ୍ଦିର ଦୁର୍ଗାପୂଜାରେ ଯୋଗ ଦେଇଥିଲେ । ରାସ୍ତାରେ ଯିବାବେଳେ ଲୋକଙ୍କ ସହ କରମର୍ଦ୍ଦନ କରିଥିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ । ଭଲ ମନ୍ଦ ପଚାରି ବୁଝିଥିଲେ ।

ଦୁଇ ଦିନିଆ ଗସ୍ତ ଅବସରରେ କେନ୍ଦୁଝରର ବିଭିନ୍ନ ଦୁର୍ଗା ମଣ୍ଡପ ବୁଲି ମା’ଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ପୂଜା ପରିବେଶରେ ନିକୁ ସାମିଲ କରିବେ ।