News7 Logo

ନୂଆପଡ଼ା ଉପନିର୍ବାଚନ ନେଇ ସିଇଓଙ୍କ ସୂଚନା : ୫୬ଟି ନୂଆ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି

NEWS7
CEO

ଭୁବନେଶ୍ବର ୧୬।୯: ଆସନ୍ତା ଅକ୍ଟୋବର ୯ ତାରିଖରେ ପ୍ରକାଶ ପାଇବା ନୂଆପଡ଼ା ଉପ ନିର୍ବାଚନର ଚୂଡାନ୍ତ ଭୋଟର ତାଲିକା । ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ୍ ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି । ପୁନଃବ୍ୟବସ୍ଥାପନ ପରେ ମୋଟ୍ ମତଦାନ କେନ୍ଦ୍ର ୩୫୮, ସହରାଞ୍ଚଳରେ ୩୬

ଗ୍ରାମାଞ୍ଚଳରେ ୩୨୨ଟି ବୁଥ୍ ହେବ । ନୂଆପଡା ନିର୍ବାଚନ ମଣ୍ଡଳୀରେ ୨,୪୮,୨୫୬ ମତଦାତା ଅଛନ୍ତି ।  ସେମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା୧,୨୨, ୧୦୩, ମହିଳାଙ୍କ ସଂଖ୍ୟା ୧,୨୬,୧୩୨, ତୃତୀୟ ଲିଙ୍ଗଙ୍କ ସଂଖ୍ୟା ୨୧  । ବରିଷ୍ଠ ନାଗରିକ ୨୦୦୭, ଯୁବ ମତଦାତା ୬୦୦୩ ଓ ଭିନ୍ନକ୍ଷମ ମତଦାତା (PwD) ୪୦୦୦ ଜଣ ଅଛନ୍ତି ।

ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିନମାନଙ୍କ ସହିତ ବୈଠକ, ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)ସମ୍ପର୍କିତ ବୈଠକ ସେପ୍ଟେମ୍ବର ୧୫ ତାରିଖରେ ସ୍ବୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ଅନୁଷ୍ଠିତ ହୋଇଯାଇଛି ।