LIVE TV

ପୁରୀରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

NEWS7
Two Arrested.

ପୁରୀ ୨୭।୯: ପୁରୀରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ । ପୁରୀ ସଦର ଥାନା ପୋଲିସ ୨ ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ପୁରୀ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା ଏବଂ ଜଳେଶ୍ବର ଅଞ୍ଚଳର ମହମ୍ମଦ ସାଜଦ୍ । ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୫ ହଜାର ୨ ଶହ ଟଙ୍କା, ଗୋଟିଏ ଚାରି ଚକିଆ ଯାନ, ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି ।‌ ପୁରୀ ଏସ୍‌ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ତେବେ ପୋଲିସର ସୂଚନା ଅନୁଯାୟୀ ପୁରୀରେ ପୋଲିସ ପକ୍ଷରୁ ଅପରେସନ ଚକ୍ର ଅଭିଯାନ ଜାରି ରହିଛି । ଅପରେସନ ଚକ୍ର ଅଭିଯାନରେ ପୋଲିସ ଅନେକ ଅପରାଧୀଙ୍କୁ ଗିରଫ କରିବା ସହ ନିଶା କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ତେବେ ନୀଳଚକ୍ର ନଗରରେ ବ୍ରାଉନ ସୁଗାର ବିକ୍ରି ହେଉଥିବା ନେଇ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ମିଳିଥିଲା । ସଦର ଥାନା ପୋଲିସ ଟିମ୍ ସେଠାରେ ଚଢ଼ାଉ କରି ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ସୁକାନ୍ତି ପଣ୍ଡା ଓ ମହମ୍ମଦ ସାଜଦ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଗକୁ ମଧ୍ୟ ପୋଲିସର ଏହି ସ୍ବତନ୍ତ୍ର ଅଭିଯାନ ଜାରି ରହିବ ବୋଲି ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।