ବୌଦ୍ଧ ୨: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ପୁରୁଷ ବନ୍ଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବତୀ ଜଣଙ୍କ ଗୁରୁତର ହୋଇଛନ୍ତିବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ ବଡଯୋରନାଳ ନିକଟରେ ଘଟିଛି ଦୁର୍ଘଟଣା । କୁହାଯାଉଛି ଯେ, ଶନିବାର ବିଳମ୍ବିତ ରାତିରେ ଉଭୟେ ଘରୁ ବାହାରି କେଉଁଆଡ଼େ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଉଭୟ ଯାଉଥିବା ବାଇକ୍‌ଟି ଭାରସାମ୍ୟ ହରାଇବା ପରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ ବଡଯୋରନାଳ ନିକଟ ବୁଲାଣିରେ ଜଣେ ଯୁବକ ଓ ଜଣେ ଯୁବତୀ ଯାଉଥିବା ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ଏହି ଦୁର୍ଘଟଣାରେ ପୁରୁଷ ବନ୍ଧୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଯୁବତୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ହରଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି ସେଠାରେ ସେ ଜୀବନ ଆଉ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ସେପଟେ ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।