ଘଟଗାଁ ୧୭।୯: ମାଟିତଳୁ ବାହାରିଲା କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ମୃତଦେହ ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ । କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ଶବ ବାହାର କରାଗଲାମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସଅଭିଯୁକ୍ତ ଦୀପକ ରାଉତକୁ ନେଇ ସିନ୍‌ ରିକ୍ରିଏସନ କରି ଶବ ବାହାର କରାଗଲାଦୀପକ ଶୁଭମିତ୍ରାକୁ ମାରି ପୋତିଥିବା ମାନିବା ପରେ ମାଟିତଳୁ ବାହାରିଲା ମୃତଦେହ

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ବିବାହିତ ଥିଲେ ଅଭିଯୁକ୍ତ ଦୀପକ । ୨୦୨୨ରେ ଦୀପକଙ୍କ ପତ୍ନୀ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏହାପରେ ପତ୍ନୀଙ୍କ ନାଁରେ ଥିବା ଇନ୍ସ୍ୟୁରାନ୍ସ କମ୍ପାନୀରୁ ୧ କୋଟି ଟଙ୍କା ପାଇଥିଲେ ଦୀପକ । ୨୦୨୪ ମସିହାରେ ଶୁଭମିତ୍ରାଙ୍କ ସହ ଦୀପକର ସମ୍ପର୍କ ଗଢି ଉଠିଥିଲା । ଏହି ସମୟରେ ଦୀପକ ଶୁଭମିତ୍ରାଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଶୁଭମିତ୍ରା କିନ୍ତୁ ଅନ୍ୟ ଜଣେ ଯୁବକ ସହ ସମ୍ପର୍କ ରଖିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହା ଜାଣିବା ପରେ ଦୀପକ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଗତ ୬ ତାରିଖ ଦିନ ୨ଟାରେ ଟ୍ରାଫିକ୍ ଡିସିପିଙ୍କ କାର୍ଯ୍ୟାଳୟରୁ ଶୁଭମିତ୍ରାଙ୍କୁ ଏକ କାର୍‌ରେ ନେଇ କୁଆଡେ ଚାଲି ଯାଇଥିଲା ଦୀପକ । ଏହାପରେ ଶୁଭମିତ୍ରାଙ୍କ ପତ୍ତା ମିଳିନଥିଲା ।

ଅଭିଯୁକ୍ତ ଦୀପକ-ଶୁଭମିତ୍ରାଙ୍କ ମ୍ୟାରେଜ୍ ସାର୍ଟିଫିକେଟ୍ ସାମ୍ନାକୁ ଆସିଛି । ୨୩ ଜୁଲାଇ ୨୦୨୪ରେ ଶୁଭମିତ୍ରାକୁ ରେଜିଷ୍ଟ୍ରି ମ୍ୟାରେଜ୍ କରିଥିଲା ଦୀପକ ରାଉତ । ଖଣ୍ଡଗିରିରେ ଥିବା ରେଜିଷ୍ଟ୍ରି ମ୍ୟାରେଜ୍ ଅଫିସରେ ଦୁହେଁ ବିବାହ କରିଥିଲେ । ୩ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ ହୋଇଥିଲା । ଦୀପକଙ୍କ ପ୍ରକୃତ ଘର ଯାଜପୁର ଜିଲ୍ଲାରେ ଏବଂ ଶୁଭମିତ୍ରାଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ବୋଲି ଜଣାପଡିଛି । ଦୀପକ ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ସରକାରୀ କ୍ବାର୍ଟରରେ ରହୁଥିଲେ ।

​​​ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଦୀପକଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । କେନ୍ଦୁଝର ଘଟଗାଁ ଜଙ୍ଗଲ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା ପୋଲିସ । ପରେ ଶୁଭମିତ୍ରାଙ୍କ ମୃତଦେହ ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ଶୁଭମିତ୍ରା ନିଖୋଜ ହୋଇଥିଲେ । ସେହିଦିନ ଭୁବନେଶ୍ବରରେ ହିଁ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା ଦୀପକ ଶୁଭମିତ୍ରାଙ୍କ ମୃତଦେହକୁ କାର୍‌ ଯୋଗେ ଘଟଗାଁ ନେଇ ଯାଇଥିଲା ଅଭିଯୁକ୍ତ । ଘଟଗାଁ ଅଞ୍ଚଳର ଏକ ଜଙ୍ଗଲରେ ଶୁଭମିତ୍ରାଙ୍କ ମୃତଦେହ ପୋତି ଦେଇଥିଲା ଦୀପକ ।