LIVE TV

SI ପରୀକ୍ଷା ଜାଲିଆତିକୁ ନେଇ ବର୍ଷିଲା ବିଜେଡି : ତୁରନ୍ତ ସିବିଆଇ ତଦନ୍ତ ନହେଲେ ଆସନ୍ତା ୬ରେ ରାଜରାସ୍ତାକୁ ଓହ୍ଲାଇବ ଦଳ

NEWS7
Police SI

ଭୁବନେଶ୍ବର ୪।୧୦: SI ପରୀକ୍ଷା ଜାଲିଆତିକୁ ନେଇ ବର୍ଷିଲା ବିଜେଡି । ତୁରନ୍ତ ସିବିଆଇ ତଦନ୍ତ ନହେଲେ ଆସନ୍ତା ତାରିଖରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବ । ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ଚେତାବନୀ ଦେଇଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡାଇ ଏବଂ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ

ଚିନ୍ମୟ ସାହୁ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମାର୍ଚ୍ଚ ତାରିଖରେ SI ପରୀକ୍ଷାକୁ ବାତିଲ କରାଯାଇଥିଲା । ସେତେବେଳେ ବିଜେପି ନେତାଙ୍କୁ ଭାଗ କମ୍ ମିଳିଥିଲା । ସେଥିପାଇଁ କ୍ୟାସ୍ ଫର୍ ଜବ୍ ଅପରେଶନ ଆରମ୍ଭ ହେଲା ।  ପଞ୍ଚସଫ୍ଟକୁ ଦାୟିତ୍ଵ ଦିଆଗଲା । ପାର୍ବଣ ସମୟରେ ଜାଣିଶୁଣି ପରୀକ୍ଷା କରାଗଲା । ଏହା ଯୋଜନାବନ୍ଧ ଅପରାଧ  ଓପିଆର୍‌ବି ଅଧ୍ୟକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ତାଙ୍କ ଦେହରେ ହାତ ମାରିଲେ ସେ ସରକାରଙ୍କ ପୋଲ୍ ଖୋଲିଦେବେ । ସେଥିପାଇଁ ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରି ନାହିଁ । ତୁରନ୍ତ ସିବିଆଇ ତଦନ୍ତ ନହେଲେ, ଆସନ୍ତା ତାରିଖରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବ ।

ସେହିଭଳି SI ପରୀକ୍ଷା ଦୁର୍ନୀତି ତଦନ୍ତ ସ୍ଵଚ୍ଛତାର ସହ ହେବ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରୀତିରଞ୍ଜନ ଘଡାଇ କାହିଁକି ତଦନ୍ତଭୁକ୍ତ ହେଉନାହାନ୍ତି ଓପିଆର୍‌ବି ଅଧ୍ୟକ୍ଷ ଓ ଗୃହ ବିଭାଗ ସଚିବ ? ପୋଲିସ ଚୋରକୁ ଧରିବା ବଦଳରେ ଛାଡିବାକୁ ବ୍ୟବସ୍ଥା କରିଥିଲା କି ତିନୋଟି ସଂସ୍ଥାକୁ ଆଉଟସୋର୍ସିଂ କରି ? କାହା ଦସ୍ତଖତରେ ଏ ତିନୋଟି ସଂସ୍ଥାକୁ ଆଉଟସୋର୍ସିଂ ଦେବାରେ ? ତଦନ୍ତ ପ୍ରକ୍ରିୟାକୁ ନେଇ ସମସ୍ତେ ସନ୍ଦେହ କରୁଛନ୍ତି । ଢେଙ୍କାନାଳ ଲିଙ୍କ୍ ରହିଛି । ମୁଖ୍ୟମନ୍ତ୍ରୀ ଯଦି ସ୍ଵଚ୍ଛ ତେବେ ଓପିଆର୍‌ବି ଅଧ୍ୟକ୍ଷ ଓ ଗୃହ ବିଭାଗ ସଚିବଙ୍କୁ ତଦନ୍ତଭୁକ୍ତ କରନ୍ତୁ । କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଯିଏ ତଦନ୍ତ କରୁଛନ୍ତି ସେ ଓପିଆର୍‌ବି ଅଧ୍ୟକ୍ଷଙ୍କ ଘନିଷ୍ଠ ବନ୍ଧୁ । କି ତଦନ୍ତ ହେବ ? କେମିତି ଯୁବବର୍ଗ ନ୍ୟାୟ ପାଇବେ ? ତୁରନ୍ତ କେସ୍‌କୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ସରକାର ବୋଲି ପ୍ରୀତିରଞ୍ଜନ ଘଡାଇ କହିଛନ୍ତି ।