News7 Logo

ଭାଗ୍ୟଶ୍ରୀଙ୍କ ବିବାହରେ ଖୁବ୍ ସାହାଯ୍ୟ କରି ଥିଲେ ସଲମାନ, ବାହାଘର ଶେଷ ଯାଏ ଥିଲେ ସାଥିରେ

NEWS7
-

ମୁମ୍ୱାଇ – ବଲିଉଡ୍ ଅଭିନେତ୍ରୀ ଭାଗ୍ୟଶ୍ରୀ ୧୯୮୯ ମସିହାରେ ସୂରଜ ବଡ଼ଜାତ୍ୟାର ସୁପରହିଟ୍‌ ଫିଲ୍ମ “ମୈଁନେ ପ୍ୟାର କିୟା”ରୁ ନିଜର କ୍ୟାରିୟର ଆରମ୍ଭ କରି ଥିଲେ। ଏହି ଫିଲ୍ମରେ ତାଙ୍କ ସହ ଡେବ୍ୟୁ କରିଥିଲେ ସଲମାନ ଖାନ ଏବଂ ଉଭୟ ରାତାରାତି ବଡ଼ ଷ୍ଟାର ହୋଇ ଯାଇ ଥିଲେ। ଫିଲ୍ମର ସୁଟିଂ ବେଳେ ସଲମାନ ଓ ଭାଗ୍ୟଶ୍ରୀଙ୍କ ମଧ୍ୟରେ ଖୁବ୍‌ ନିବିଡ଼ ବନ୍ଧୁତା ହୋଇ ଯାଇଥିଲା ଏବଂ ଏହି ବନ୍ଧୁତା ସେହି ସମୟରେ ନଜର ଆସିଲା ଯେତେବେଳେ ଭାଗ୍ୟଶ୍ରୀ କେବଳ ୧୯ ବର୍ଷ ବୟସରେ ନିଜର ଲଭ୍‌ , ହିମାଳୟ ଦସାନୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ।

ନିକଟରେ ୟୁଟ୍ୟବ୍‌ ଚ୍ୟାନେଲ BeautybyBiEରେ କଥାବାର୍ତ୍ତା ବେଳେ ଭାଗ୍ୟଶ୍ରୀ ସେହି ସମୟର ସ୍ମୃତିକୁ ତାଜା କରିଥିଲେ। କହିଥିଲେ ଯେ, ତାଙ୍କର ମାତା ପିତା ତାଙ୍କର ବିବାହ ବିରୋଧରେ ଥିଲେ ଏବଂ ଏହା ତାଙ୍କ ଜୀବନର ସବୁଠୁ ମୁସ୍କିଲ ନିଷ୍ପତ୍ତି ଥିଲା। ଭାଗ୍ୟଶ୍ରୀ କହିଛନ୍ତି , ଯଦି ଆପଣଙ୍କୁ ଜଣା ଯେ, ଆପଣଙ୍କ ପ୍ରାଥମିକତା କଣ , ତ ନିଷ୍ପତ୍ତି ନେବା ସହଜ ହୋଇଯାଏ। ହଁ, ତାହା ମୁସ୍କିଲ ଥିଲା କିନ୍ତୁ ପୁଣି ମଧ୍ୟ ସାହସ ଆସି ଯାଏ। ମୁଁ ଓ ହିମାଳୟ ସ୍କୁଲ ଦିନରୁ ପରସ୍ପରକୁ ଚାହୁଁ ଥିଲେ ଏବଂ ମୁଁ ସ୍ଥିର କରି ନେଇ ଥିଲି ଯେ, ବିବାହ ତାଙ୍କୁ ହିଁ କରିବି , ଏଥିପାଇଁ ମୋ ବାପା ମାଆଙ୍କ କଥାରେ ଅରାଜି ହେବାକୁ ପଡ଼ି ପଛେ।

​​​​​​​​​​​​​​

ସେ ଆହୁରି କହିଛନ୍ତି , ନିଜର ମାଆ-ବାପାଙ୍କ ପ୍ରତି କଥାକୁ ମାନୁଥିବା ସେ ପ୍ରଥମ ଥର ଅସହମତ ହୋଇ ଥିଲେ ଏବଂ ବିବାହ ପାଇଁ ପ୍ରସ୍ତୁତ ହୋଇଗଲେ। କିନ୍ତୁ ବାହାଘର ଦିନ ଯେବେ ତାଙ୍କ ପରିବାରରୁ କେହି ବି ତାଙ୍କ ସହ ଠିଆ ହୋଇ ନଥିଲେ, ସେତେବେଳେ ସଲମାନ ଖାନ ତାଙ୍କୁ ସହ ରହିଲେ। ଭାଗ୍ୟଶ୍ରୀ କହିଛନ୍ତି , ଯେବେ ମୁଁ ବିବାହ କରିବାକୁ ନିଷ୍ପତ୍ତି ନେଲି , ତ ମୋ ପକ୍ଷରୁ କେହି ନଥିଲେ। ସଲମାନ ପୂରା ସମୟ ମୋ ସହ ରହିବେ ଏବଂ ବିବାହ ପରେ ସବୁଠୁ ଶେଷରେ ସେ ଯାଇଥିଲେ। ଏହା ବହୁତ ସୁନ୍ଦର ଓ ମୋର ଆଶା ଠାରୁ ଅଧିକ ଥିଲା।

ସଲମାନଙ୍କୁ ମନେପକାଇ ଭାଗ୍ୟଶ୍ରୀ କୁହନ୍ତି – ସେ ବହୁତ ନଟଖଟର ପିଲା ଥିଲେ , କିନ୍ତୁ ସେତିକି ଭଲ ମଧ୍ୟ। ସେ ପ୍ରକୃତ ବନ୍ଧୁ ମୋର ,ସର୍ବଦା ମୋ ସହ ଠିଆ ହୋଇଥିଲେ।ସଲମାନ ମୋ ପାଇଁ ସେହି ମଣିଷ, ଯିଏକି ସର୍ବଦା ମୋତେ ସୁରକ୍ଷା ଦେଇଛନ୍ତି।