LIVE TV

ବଢିଲା ଅବଧି, ୭ରୁ ୯ ଦିନକୁ ବୃଦ୍ଧି ହେଲା ଭଦ୍ରକ କାଳୀପୂଜା

NEWS7
bdk

ଭଦ୍ରକ ୧୩।୧୦ : ବଢିଲା କାଳୀପୂଜା ଅବଧି। ୭ ଦିନରୁ ଦିନକୁ ବୃଦ୍ଧି ହେଲା ଭଦ୍ରକ କାଳୀପୂଜା । ପୂର୍ବରୁ ଦିନ ପାଳନ ନେଇ ନିଷ୍ପତ୍ତି ହୋଇଥିବା ବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୋସିଆଲ ମିଡ଼ିଆରେ ଏହି ସୂଚନା ଦେଇଛନ୍ତି ।

ଐତିହାସିକ ଭଦ୍ରକ କାଳୀପୂଜା ପାଇଁ ପୂଜା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଥିବା ଭଦ୍ରକର କାଳୀପୂଜାକୁ ଏଥର ଆହୁରି ଭବ୍ଯ ଓ ଦିବ୍ଯ କରାଯିବ। ଏଥିଲାଗି ପୂଜା ମହୋତ୍ସବର ସମୟସୀମା ୭ ଦିନରୁ ୯ ଦିନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଅକ୍ଟୋବର ୨୯ରେ ଭସାଣ ଉତ୍ସବ ଲାଗି ସ୍ଥିର କରାଯାଇଛି। ଏହାସହ ସଂସ୍କୃତି ବିଭାଗ ପକ୍ଷରୁ ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ସହାୟତା ରାଶି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଟ୍ରୁପ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଦିବ୍ୟାଙ୍ଗଙ୍କ ସୁବିଧା ଲାଗି ସହରର ଗୋଟିଏ ସ୍ଥାନରେ ଭର୍ଚ୍ଚୁଆଲ ମାଧ୍ୟମରେ କାଳୀପୂଜା ଦର୍ଶନର ବ୍ଯବସ୍ଥା କରାଯାଇଛି। ଅନୁଷ୍ଠିତ ବୈଠକରେ ମାନନୀୟ ଭଦ୍ରକ ବିଧାୟକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ଓ ମାନନୀୟ ଭଦ୍ରକ ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକ ଜିଲ୍ଲାପାଳ କହିନ୍ତି ଯେ, ଜିଲ୍ଲାର ପ୍ରମୁଖ ୧୦ ମଣ୍ଡପକୁ ୫୦ ହଜାରର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମନ୍ତ୍ରୀ । ଆଗାମୀ ଦିନରେ ଏକ କମିଟି ଗଠନ ହେବ ଓ ପୂଜା କେତେ ଦିନ ହେବ, ସେ ନେଇ ନିୟମ କରାଯିବ। ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ଵ ଦିଆଯିବ ।