LIVE TV

ରାଜି ହେଲେ ବସନ୍ତ ପଣ୍ଡା, ଜୟ ଢ଼ୋଲକିଆଙ୍କ ମିଶ୍ରଣ ପର୍ବରେ ଦେବେ ଯୋଗ

NEWS7
Basant Panda

ଭୁବନେଶ୍ବର ୧୧।୧୦: ପୂର୍ବତନ ନୂଆପଡ଼ା ବିଧାୟକ ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ ହୋଇଥିବା ସୂଚନା । ବିଜେପି ପାର୍ଟି ଅଫିସ୍ ଅଭିମୁଖେ ବାହାରିଲେ ବସନ୍ତ ପଣ୍ଡା । ରାଜ୍ୟ ଅତିଥି ଭବନରେ ଘଣ୍ଟା ଧରି ଚାଲିଥିଲା ବୈଠକ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଙ୍ଗଠନିକ ମହାମନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ କରାଇଥିବା ସୂଚନା ରହିଛି । ବୈଠକ ପରେ ରାଜ୍ୟ ଅତିଥି ଭବନରରୁ ବାହାରିଲେ ବସନ୍ତ ପଣ୍ଡା, ମନମୋହନ ସାମଲ ଓ ମାନସ ମହାନ୍ତି

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ବିଧାନସଭା ନିର୍ବାଚନରେ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ବିଜେପିରୁ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରାର୍ଥୀ ହୋଇଥିଲେ । କିନ୍ତୁ ବିଜେଡିର ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ହାରିଯାଇଥିଲେ । ତେବେ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । ତେବେ ସେ ବିଜେପିରେ ମିଶିଲେ ପଦ୍ମ ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି ।