News7 Logo

ଘଟଣା ଘଟିବାର କିଛି ସମୟ ମଧ୍ୟରେ ପୋଲିସ ପଦକ୍ଷେପ ନେଇଛି, ଅଭିଯୁକ୍ତ ମାନେ ଗିରଫ ହୋଇଛନ୍ତି

NEWS7
bjp

ଭୁବନେଶ୍ବର ୧୬।୯: ବ୍ରହ୍ମଗିରି ବାଲିହରଚଣ୍ଡି ଦୁଷ୍କର୍ମ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଦୁଃଖଦ ଘଟଣା ବୋଲି ବିଜେପି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି । ସେ କହିଛନ୍ତି, ଘଟଣା ଘଟିବାର କିଛି ସମୟ ମଧ୍ୟରେ ପୋଲିସ ପଦକ୍ଷେପ ନେଇଛି । ଅଭିଯୁକ୍ତ ମାନେ ଗିରଫ ହୋଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି । ଆଗକୁ ଆହୁରି ଚିତ୍ର ସ୍ପଷ୍ଟ ହେବ । ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଜାରି ରହିଛି ।

ଉକ୍ତ ସ୍ଥାନରେ ପୋଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ପୂର୍ବ ସରକାର ସମୟରୁ ଅନୁରୋଧ କରାଯାଇଛି । ଆମ ସରକାର ଆସିବା ପରେ ମଧ୍ୟ କିଛି ଦିନ ତଳେ ଆମେ ଲିଖିତ ଆକାରରେ ଦେଇଛୁ । ସରକାର ପଦକ୍ଷେପ ନେଉଛନ୍ତି । ବିରୋଧୀ ଦଳ ଅଭିଯୋଗ ଆଣିବେ ତାଙ୍କ କାମ ସେ କରିବେ । ସରକାର ପଦକ୍ଷେପ ନେଉଛନ୍ତି । କେବଳ ବାଲିହରଚଣ୍ଡି ନୁହେଁ ବରଂ ବ୍ରହ୍ମଗିରି ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପୋଲିସ ଫାଣ୍ଡି ପାଇଁ ସରକାରଙ୍କୁ ଲିଖିତ ଆକାରରେ ଦେଇଛୁ ବୋଲି ଉପାସନା କହିଛନ୍ତି ।