ମାଲକାନଗିରି: ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରୁ ବିଏସଏଫକୁ ବଡ଼ ସଫଳତା। ଗୁଇନ୍ଦା ସୂଚନା ଆଧାରରେ ବଡ଼ିଗେଟା ଜଙ୍ଗଲରୁ ଜବତ ହେଲା ମାଓ ଡମ୍ପ୍‌। BSF ଓ DVF ବାହିନୀର ଯବାନମାନେ କାଲିମେଳାଥାନା ଅନ୍ତର୍ଗତ ଏଲକାନୁର ଓ ଦୟାଲଟୁଙ୍ଗି ଜଙ୍ଗଲରେ ଅପରେସନ୍ କରୁଥିବାବେଳେ ଏହି ସବୁ ମାଓ ସାମଗ୍ରୀ ଜବତ ହୋଇଛି।

ଜବତ ସାମଗ୍ରୀ ମଧ୍ୟରେ ରହିଛି ଦୁଇଟି ଟିଫିନ୍ ବୋମା, ୩୬ଟି ହ୍ୟାଣ୍ଡ୍‌ ଗ୍ରେନେଡ, ୨୪ଟି ଜେଲାଟିନ୍ ଷ୍ଟିକ, ୪୦ ମିଟର କୋଡେକ୍ସ ତାର, ୨୨ଟି ଇଲେକ୍ଟ୍ରୋନିକ୍ ଡେଟୋନେଟର, ଗୋଟିଏ ଭର୍ମର, ୨ଟି ରିମୋଟ, ଗୋଟିଏ ଇଲେକ୍ଟ୍ରିକ୍ ମୋଟର, ୩ଟି ଏଲପିଜି ସିଲିଣ୍ଡର ଓ ୧୫ଟି ଲୁହା ପ୍ଲେଟ୍‌।

ଏତେ ସବୁ ମାଓ ସାମଗ୍ରୀ ଜବତ ହେବାପରେ ପୋଲିସ ଅନୁମାନ କରୁଛି ଯେ, ସୀମାନ୍ତ ଛତିଶଗଡ଼ରେ ଜୋରଦାର ଅପରେସନ ଚାଲିଥିବାବେଳେବେଳେ ଜୀବନ ବଞ୍ଚାଇବା ଲାଗି ମାଓବାଦୀମାନେ ପୁଣିଥରେ ମାଲକାନଗିରି ଜିଲ୍ଲା ଭିତରେ ପ୍ରବେଶ କରିଛନ୍ତି।