News7 Logo

ପାକିସ୍ତାନ ଆର୍ମି ଗାଡି ଉପରେ BLAର ପୁଣି ବିସ୍ଫୋରଣ ; ଚାଲିଗଲା ୧୦ ସେନାଙ୍କ ଜୀବନ

NEWS7
attack

ନୂଆଦିଲ୍ଲୀ ୦୮।୦୯; ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ପୁଣିଥରେ ବିସ୍ଫୋରଣ । ଏହି ହମଲା ସେନା ଗାଡି ଉପରେକୁ କରାଯାଇଛି। ପାକିସ୍ତାନୀ ସେନାର ଗାଡ଼ିକୁ ଜମରାନ ଏବଂ କଲାତରେ ଟାର୍ଗେଟ କରାଯାଇଛି। ଏକ ଆଇଇଡି ବିସ୍ଫୋରଣ ଦ୍ୱାରା ପାକିସ୍ତାନୀ ସେନାର ଗାଡ଼ି ଉଡ଼ାଇ ଦିଆଯାଇଛି। ଏଥିରେ ସାମରିକ ଗାଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ବେଳେ ଆଉ ଏକ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରାଯାଇଥିଲା ।ଏହି ଆକ୍ରମଣରେ ୧୦ ଜଣ ସୈନିକ ପ୍ରାଣ ହରାଇଛନ୍ତି। ବେଲୁଚିସ୍ତାନର ବିଦ୍ରୋହୀ ଗୋଷ୍ଠୀ ବଲୁଚ୍ ଲିବରେସନ୍ ଆର୍ମି (ବିଏଲଏ) ଏହି ଆକ୍ରମଣର ଦାୟିତ୍ୱ ନେଇଛି।

ରିପୋର୍ଟ ଅନୁଯାୟୀ, ବଲୁଚିସ୍ତାନର ଜମରାନ ଏବଂ କଲାତରେ ଦୁଇଟି ପୃଥକ ଆକ୍ରମଣରେ ୧୦ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହୋଇଛନ୍ତି। ଜମରାନ ଜିଲ୍ଲାର ନୱାନୋ ଅଞ୍ଚଳରେ ବିଏଲଏ ଏକ ସାମରିକ କାଫଲାକୁ ଟାର୍ଗେଟ କରି ରିମୋଟ୍-କଣ୍ଟ୍ରୋଲ୍ ବୋମା ସାହାଯ୍ୟରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସେନା ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲାଘଟଣାସ୍ଥଳରେ ୯ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା।

କଲାତରେ ଏକ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ବଲୁଚ୍ ମୁକ୍ତି ସେନା ଏହାର ଦାୟିତ୍ୱ ନେଇଛି ଏବଂ ଘୋଷଣା କରିଛି ଯେ ଏହି ଆକ୍ରମଣଗୁଡ଼ିକ ପାକିସ୍ତାନୀ ସେନା ବିରୁଦ୍ଧରେ ସେମାନଙ୍କର ଚାଲିଥିବା ସଂଘର୍ଷର ଏକ ଅଂଶ। BLA କହିଛି ଯେ ଏହା ଭବିଷ୍ୟତରେ ସମାନ ଅଭିଯାନ ଜାରି ରଖିବ। କାହିଁକି ନା ବେଲୁଚ୍ ଲୋକମାନେ ଦାରିଦ୍ର୍ୟରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଏପରି ପରିସ୍ଥିତିରେ, ସେମାନେ ପାକିସ୍ତାନ ଠାରୁ ବଲୁଚ୍ ଲୋକଙ୍କ ପାଇଁ ଏକ ପୃଥକ ଦେଶ ଚାହାଁନ୍ତି ଏବଂ ଏଥିପାଇଁ ସଂଘର୍ଷ ଜାରି ରଖିବେ।