ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର କୋର କମିଟି ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି।  କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ ସୁନିଲ ବଂଶଲଙ୍କ ଅଧ୍ୟକ୍ଷତାରେ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଯେଉଁଥିରେ ନୂଆପଡ଼ା ଉପନିର୍ବାଚନର ପ୍ରସ୍ତୁତି ଉପରେ ଗୁରୁତ୍ବ । ବୈଠକରେ ପ୍ଲାନିଂ ଇନ୍ ଆଡଭନ୍ସ, ପ୍ଲାନିଂ ଇନ୍ ଡିଟେଲକୁ ଗୁରୁତ୍ବ ଦେବାକୁ ଆଲୋଚନା ହୋଇଛି । 

ତେବେ ବୈଠକ ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ‘ବିଜେଡି ଓ କଂଗ୍ରେସ ଜ୍ୟୋତିଷ ହୋଇଗଲେଣି । ମୁଁ ସୁରେଶ ପୂଜାରୀ ଫିଜିକ୍ସ ପଢ଼ିଛି । ନବୀନ ପଟ୍ଟନାୟକ ନିଜେ ହିଁ ପାର୍ଥୀ ବାଛନ୍ତି ହେଲେ, ବିଜେପିରେ କିଏ ସମାଜର ଭଲ ହେବ କିଏ ରାଜ୍ୟ ପାଇଁ ଭଲ ହେବ ତେଣୁ ଦଳର ସଭାପତି ଏବଂ କୋର କମିଟି ନିଷ୍ପତ୍ତି ନିଅନ୍ତି । ତେଣୁ ଦଳର ଯେଉଁ ଚାଲେଞ୍ଜ ଆସିବ ତାହାକୁ ଫାଇଟ କରିବାକୁ ପ୍ରସ୍ତୁତ ଅଛନ୍ତି । ଦଳରେ ଯେତେ ସଫଳ ବ୍ୟକ୍ତିତ୍ଵ ବାହାରିବେ ଓଡ଼ିଶାର ଉନ୍ନତି ହେବ। ସମସ୍ତେ ଉପକୃତ ହେବେ ।’

ସେ ଆହୁରି କହିଛନ୍ତି ‘‘ନୂଆପଡ଼ା ଉପନିର୍ବାଚନରେ ପ୍ରଚାର ପାଇଁ ସୁରେଶ ପୂଜାରୀ କହିଛନ୍ତି, ସ୍ଵାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ସେ ଏମ୍ସ ଡାକ୍ତରଙ୍କ ସହ ପରାମର୍ଶ ନେବେ ଏହାପରେ ଅନୁମତି ମିଳିଲେ ନୂଆପଡ଼ା ମଇଦାନକୁ ଓହ୍ଲାଇବେ ।’’