LIVE TV

ଗୁରୁବାର ବସିବ ବିଜେପି କୋର୍ କମିଟି ବୈଠକ, ନୂଆପଡା ଉପନିର୍ବାଚନ ନେଇ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାର ହୋଇପାରେ ମାନସ ମନ୍ଥନ

NEWS7
BJP

ଭୁବନେଶ୍ବର ୮।୧୦: ଗୁରୁବାର ବସିବ ବିଜେପି କୋର କମିଟି ବୈଠକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଦୁଇ ପ୍ରଭାରୀଙ୍କ ସହ କୋର୍ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ । ଏ ନେଇ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି ।
ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି.ସତୀଶ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । କୋର୍ କମିଟି ବୈଠକରେ ନୂଆପଡା ଉପନିର୍ବାଚନ ନେଇ ଆଲୋଚନା ହେବ । କିଏ ହେବ ପ୍ରାର୍ଥୀ ସାମ୍ଭାବ୍ୟ ତାଲିକାକୁ ନେଇ ମଧ ମାନସ ମନ୍ଥନ ହୋଇପାରେ । ଏହାସହ ରାଜ୍ୟ କମିଟି ମଧ୍ୟ ଚୂଡ଼ାନ୍ତ ହୋଇପାରେ ।
ସେପଟେ ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଜନଜାତି ବିଧାୟକ ଏବଂ ସାଂସଦଙ୍କୁ ପ୍ରଶିକ୍ଷଣ ଶିବିର । ଯେଉଁଥିରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଜନଜାତି ବିଧାୟକ ଏବଂ ସାଂସଦ । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ ମଧ୍ୟ ପ୍ରଶିକ୍ଷଣରେ ଯୋଗଦେବେ । 
ଜନଜାତି ବିଧାୟକ, ସାଂସଦ ନିଜ ନିଜ ନିର୍ବାଚନ ମଣ୍ଡଳୀର କିଛି କିଛି ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ । ଜନଜାତି ବିଧାୟକ ଏବଂ ସାଂସଦ ୨୦ରୁ ୨୫ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବେ । ଏନେଇ ପ୍ରଶିକ୍ଷଣ ଶିବିରରେ ବିଧାୟକ ଏବଂ ସାଂସଦ ମାନଙ୍କୁ ତାଲିମ ଦିଆଯିବ । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ବସିବ ବୋଲି ସୂଚନା ରହିଛି ।