LIVE TV

SI ନିଯୁକ୍ତି ଦୁର୍ନୀତି ନେଇ ବିଜେପି ବିଧାୟକ ବାବୁ ସିଂଙ୍କ ବଡ଼ ବୟାନ : କହିଲେ- ଯେଉଁଠି ଚାଦର ଘୋଡାଇ ହୋଇ ଲୁଚିଲେ ବି ଛଡାଯିବନି

NEWS7
Babu Singh

ଭୁବନେଶ୍ବର ୫୧୦: SI ନିଯୁକ୍ତି ଦୁର୍ନୀତି ନେଇ ବିଜେପି ବିଧାୟକ ବାବୁ ସିଂଙ୍କ ବଡ଼ ବୟାନ । କାର୍ପଟଦାର କୁହାଯାଉଥିବା ଶଙ୍କର ପୃଷ୍ଟି ବ୍ରହ୍ମପୁର ଯେଉଁ ଘରେ ଅଫିସ୍ ଚଳାଉଥିଲେ ସେ ଘର କାହାର ବୋଲି ବାବୁ ସିଂ ପ୍ରଶ୍ନ କରିଛନ୍ତି । ସେଇଟା ବିଜେଡ଼ି ନେତାଙ୍କ ଘର ନୁହଁ ତ ? ଯେଉଁଠି ଚାଦର ଘୋଡାଇ ହୋଇ ଲୁଚିଲେ ବି ଜମା ଛଡାଯିବନି । ଦୁର୍ନୀତି ତ ହେଉଥିଲା କିନ୍ତୁ ଧରାପଡିଲେ କେତେବେଳେ, ବିଜେପି ସରକାରରେ । ୨୦୧୯, ୨୦୨୨ରେ ଚାକିରି ଦୁର୍ନୀତି କଥା ଦେଖନ୍ତୁ, ଆଜି ଯେଉଁମାନେ ଚାକିରି କରିଛନ୍ତି, କେମିତି କରିଛନ୍ତି ।  ୧୧୮ ଜଣ ଧରାପଡିଲେଣି । କେବଳ ଛୋଟ ମାଛ ନୁହେଁ ବଡ଼ ମାଛଙ୍କ ସମୟ ଆସୁଛି । ଗୋଟିଏ ପଞ୍ଚାୟତର ୨୫ ଜଣ ପିଲା ଚାକିରି ପାଇଥିଲେ ବିଗତ ଦିନରେ । ଅତୀତର ସରକାରରେ ଦୁର୍ନୀତି ବଢିଥିଲା ।

ଘରୋଇ କୋଚିଂ ସେଣ୍ଟରର ମାଲିକ କେଉଁ ଦଳର ? ବିଜେଡ଼ି ନେତା ତାଙ୍କୁ ଛତା ଧରି ସୁରକ୍ଷା ଦେଉଥିଲେ । ୫୦ରୁ ୬୦ ପ୍ରତିଶତ ଗୋଟିଏ ସଂସ୍ଥାରୁ ପିଲା ଚାକିରି ପାଉଥିଲେ । କେବଳ ଏସ୍‌ଆଇ ନୁହଁ ବିଗତ ସରକାର ସମୟରେ ଅନେକ ନିଯୁକ୍ତିରେ ସେଇ ସଂସ୍ଥାରୁ ପିଲା ଦୁର୍ନୀତି ମାଧ୍ୟମରେ ଚାକିରି ପାଇଛନ୍ତି । ବିଗତ ସରକାର ଏ ଚାକିରି ଦୁର୍ନୀତି ବାଟ ଦେଖାଇଥିଲା । ଆମ ସରକାର ସେ ବାଟ ବନ୍ଦ କରୁଛି । ମୁହଁ ଘୋଡାଇବାକୁ ବିଜେଡ଼ି ଆନ୍ଦୋଳନ କରିବ । ଫଟୋ କାହା ସହିତ ଯଦି ରହିଛି ତାକୁ ନେଇ ବିଜେଡ଼ି ରାଜନୀତି କରୁଥାଏ ତେବେ ତାଙ୍କ ଦଳର ଅଧେ ନେତା ବନ୍ଧା ହେବେ । ବହୁ ଅପରାଧିଙ୍କ ସହିତ ବିଜେଡ଼ି ନେତାଙ୍କ ଫଟୋ ଅଛି ବୋଲି ବାବୁ ସିଂ କହିଛନ୍ତି ।