News7 Logo

୨୫ ବର୍ଷ ପରେ ଆମେ ବିରୋଧୀକୁ ଆସିଛୁ, ଅପେକ୍ଷା କରନ୍ତୁ ଆଗକୁ ଜୋରଦାର ବିରୋଧ ହେବ

NEWS7
Arun Sahu

ଭୁବନେଶ୍ବର ୨।୯: ଆନ୍ଦୋଳନ ପାଇଁ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ପଦଯାତ୍ରା ସହ ଗାଁ ଗାଁରେ ଆନ୍ଦୋଳନ କରିବ ବିଜେଡି । ଏ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଜେଡି ଏକ ଆଞ୍ଚଳିକ ଦଳ । ଓଡ଼ିଶାର ସ୍ଵାର୍ଥ କେନ୍ଦ୍ର ଓ ରାଜ୍ୟ ସରକାର ଦ୍ୱାରା ବ୍ୟାହତ ହେଉଛି ।  କେବିକେ, ପଛୁଆ ଅଞ୍ଚଳ ଫଣ୍ଡ ଦାବି କରି ଆସୁଛି ବିଜେଡ଼ି । ଏବେ କିନ୍ତୁ ବିଜେପି ସରକାର ରାଜ୍ୟରେ ।  କିନ୍ତୁ କେନ୍ଦ୍ରର ଅବହେଳା ଏବେ ବି ଜାରି ରହିଛି । ୧୪ ମାସ ଶାସନ ଭିତରେ ମହିଳା ସୁରକ୍ଷା ଚିନ୍ତାଜନକ ବିଷୟ, ଦାଦନ ସମସ୍ୟା ଉତ୍କଟ,  ଚାଷୀ ସାର ପାଉନି ।  ପାର୍ବଣ ଋତୁରେ ବର୍ଷାରେ ରାଜଧାନୀ ରାସ୍ତାଘାଟ ମରଣ ଯନ୍ତା ।  କଲେଜରେ ସିଟ୍ ପୂରଣ ହେଉନି, ପଛୁଆ ବର୍ଗକୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ଦିଆଗଲା ନାହିଁ । ବିଏସ୍‌କେଓ୍ବାଇକୁ ଲୋକ ଝୁରୁଛନ୍ତି । ଆୟୁଷ୍ମାନ ଏବେ ଶ୍ମଶାନ ଯୋଜନା ହୋଇଛି । ୨୫ ବର୍ଷ ପରେ ଆମେ ବିରୋଧୀକୁ ଆସିଛୁ । ଏବେ ଅପେକ୍ଷା କରନ୍ତୁ ଆଗକୁ ଜୋରଦାର ବିରୋଧ ହେବ ବୋଲି ଅରୁଣ ସାହୁ କହିଛନ୍ତି ।