LIVE TV

ନୂଆପଡ଼ାକୁ ସମସ୍ତେ ଯାଆନ୍ତୁ, କିନ୍ତୁ ଏ ଲଢେଇ ଆମେ ଜିତିବୁ

NEWS7
BJD

ଭୁବନେଶ୍ୱର ୫।୧୦: ନୂଆପଡା ଉପ ନିର୍ବାଚନ ନେଇ କସରତ ଆରମ୍ଭ କଲେଣି ପ୍ରମୁଖ ରାଜନୈତିକ ଦଳ । ଏହି ସମୟରେ ବିଜେଡି ମୁଖପାତ୍ର ଲେନ ମହାନ୍ତି କହିଛନ୍ତି ଆମେ ନିଶ୍ଚିତ ଅଛୁ ଆମେ ନୂଆପଡ଼ା ଉପ ନିର୍ବାଚନ ଜିତିବୁ । ସେ କହିଛନ୍ତି, ବିଜେଡିର ବହୁ ବରିଷ୍ଠ ନେତା ଏବେ ନୂଆପଡ଼ା ଦାୟିତ୍ଵରେ ଅଛନ୍ତି । ଆମେ ସବୁବେଳେ ପ୍ରସ୍ତୁତ । ଆମେ ନିଶ୍ଚିତ ଅଛୁ ଆମେ ନୂଆପଡ଼ା ଉପ ନିର୍ବାଚନ ଜିତିବୁ । ନୂଆପଡ଼ାକୁ ଏବେ ମୁଖ୍ୟମନ୍ତ୍ରୀ ୫ଥର ଯାଇକି ଯାହା ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସରେ ଗୋଟିଏ ଥର ଅଭିଭାଷଣ ଶୁଣିବାକୁ ଲୋକଙ୍କ ଭିତରେ ତାଠୁ ଅଧିକ ଉତ୍ସାହ ଆମେ ଦେଖିଲୁ । ସମସ୍ତେ ଯାଆନ୍ତୁ, କିନ୍ତୁ ଏ ଲଢେଇ ଆମେ ଜିତିବୁ । ଆମେ ଯାହା କରୁଛୁ ଏତେ ଜାକଜମକରେ ଦେଖେଇକି କାମ କରୁନୁ । ଆମ ସହ ଯାହାର ଲଢେଇ ହେବ । ଦୁଇ ଜାତୀୟ ପାର୍ଟି ମିଶି ବିଜେଡି ବିରୋଧରେ ଲଢ଼ିବେ । କିନ୍ତୁ ଲୋକ ନବୀନ ବାବୁଙ୍କ ନେତୃତ୍ଵରେ ଆମ ପାର୍ଟିକୁ ଜିତାଇବେ ।  ଏ ସରକାର ବର୍ଷେ ଭିତରେ ଅନେକ ଅପମାନିତ ହୋଇଛି । ମୋହନ ମାଝୀଙ୍କ ସରକାର ଉପରେ ଲୋକ ବିଶ୍ୱାସ ହରାଇଛନ୍ତି ଯାହାର ଉତ୍ତର ନୂଆପଡ଼ା ନିର୍ବାଚନରେ ମିଳିଯିବ । ବିଜେଡିର ବହୁ ବରିଷ୍ଠ ନେତା ଏବେ ନୂଆପଡ଼ା ଦାୟିତ୍ଵରେ ଅଛନ୍ତି । ନବୀନ ବାବୁ ସବୁବେଳେ ଉଚିତ୍ ପଦକ୍ଷେପ ନେଇଛନ୍ତି । ବିଜୁ ଜନତା ଦଳ ସବୁବେଳେ ଷ୍ଟାର୍ଟେଜିରେ କାମ କରେ । କମିଟି ବିଷୟରେ ନବୀନ ବାବୁ ସୂଚନା ଦେବେ । ଦଳର ଶୀର୍ଷ ନେତୃତ୍ୱ ସେଠି ଅଛନ୍ତି । ଆମେ ଜାଣିଛୁ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ସରକାର ଡ୍ରାମା କରୁଛନ୍ତି ବୋଲି ଲେଲିନ କହିଛନ୍ତି ।