LIVE TV

ଅକ୍ଟୋବର ୯ରୁ ନଭେମ୍ବର ୯ ଯାଏଁ ବିଜେଡିର ପଦଯାତ୍ରା : ସରକାର ଷଡଯନ୍ତ୍ର ବନ୍ଦ ନକଲେ, ମହିଳାଙ୍କ ସହ ବିଜେଡି ଠିଆହୋଇ ଲଢେଇ କରିବ

NEWS7
BJD

ଭୁବନେଶ୍ବର ୨୮୯: ବିଜେଡିର ପଦଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି । ଦେବୀ ମିଶ୍ର କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପ୍ରତିବର୍ଷ ପଦଯାତ୍ରା କରେ । ଏଥିରେ ଜନତାଙ୍କ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳିତ କରାଯାଏ । ଏହାକୁ ତୃଣମୂଳ ସ୍ତର ଯାଏଁ ନିଆଯାଏ । ଚଳିତ ବର୍ଷ ପାର୍ବଣ । ଏହାକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅକ୍ଟୋବର ୨ରେ ଗାନ୍ଧିଜୀଙ୍କ ମୂର୍ତ୍ତି ଆଗରେ କେବଳ ଶ୍ରଦ୍ଧା ସୁମନ ହିଁ ଦିଆଯାଇ ପଦଯାତ୍ରାର ସଂକଳ୍ପ ନିଆଯିବ । ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା ହେବ । ବିଜେଡି ସରକାର ଯେଉଁ ରୂପାନ୍ତର ଆଣିଥିଲା, ସେ ନେଇ ଆଲୋଚନା ହେବ ବୋଲି ଦେବୀ କହିଛନ୍ତି । ୧୫ ମାସର ସରକାରଙ୍କ ବିଫଳତା ନେଇ ଲୋକ ଅଭିଯୋଗ କଲେଣି । ପଦଯାତ୍ରାରେ ଏହି କଥା ସହ ନବୀନ ପଟ୍ଟନାୟକଙ୍କ ବିକାଶ ସମ୍ପର୍କରେ ଜଣାଇ ଦିଆଯିବ । ପାର୍ବଣ ଦିନରେ ପଦଯାତ୍ରା ହେବନି । ଏଥିରେ ବିଜେଡିର ସମସ୍ତ ଛାମୁଆ ସଂଗଠନ ଯୋଗ ଦେବେ ବୋଲି ଦେବୀ ମିଶ୍ର କହିଛନ୍ତି ।       

ସେହିଭଳି ପ୍ରମିଳା ମଲ୍ଲିକ କହିଛନ୍ତି, ପ୍ରତିବର୍ଷ ପରି ଏବର୍ଷ ବି ପଦଯାତ୍ରା ହେବ । ନଭେମ୍ବର ୯ ଯାଏଁ ହେବ । ପ୍ରତିବର୍ଷ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହା ହୁଏ । ନବୀନ ପଟ୍ଟନାୟକ ସରକାର  ବିକାଶ କରିଥିଲେ । ହେଲେ ଓଡ଼ିଆ ଅସ୍ମିତା ଓ ପରିବର୍ତ୍ତନର ନାରା ଦେଇ ବିଜେପି ସରକାରକୁ ଆସି ବିକାଶ ବନ୍ଦ କରି ଦେଇଛନ୍ତି । ନିଶାମୁକ୍ତି ଅଭିଯାନ କରୁଛନ୍ତି । ୭୦ ବନ୍ଦ ମଦ ଦୋକାନ ଖୋଲି ଏହା କେମିତି କରିବେ । ଏକ ବର୍ଷ ଅନୁଭୂତି ଅନେକ । ନିଶା, ନାରୀ ନିର୍ଯାତନା, ଚାଷୀ ଶୋଷଣର ଅନୁଭୂତି ।  ପରିବର୍ତ୍ତନ କଥା କହିଲେ । ରଙ୍ଗ, ନାଁ, ପରିବର୍ତ୍ତନ କରୁଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ପରିବର୍ତ୍ତନ କରିଛନ୍ତି । BSKY ପରିବର୍ତ୍ତନ କରି ରୋଗୀଙ୍କୁ ହଇରାଣ କରିଛନ୍ତି । ଏ ସବୁ ବ୍ୟବସ୍ଥା କରି ଲୋକଙ୍କୁ ହଇରାଣ କରିବାକୁ ସରକାର କାମ କରୁଛନ୍ତି । ଏ ହେଉଛି ସରକାରଙ୍କ ପରିବର୍ତ୍ତନ । ସବୁ ମେଡିକାଲରେ ଡାକ୍ତର, ସବୁ ସ୍କୁଲରେ ଶିକ୍ଷକ, ନିଯୁକ୍ତି କଥା କହିଥିଲେ । ହେଲେ କଲେନି । ନବୀନ ସରକାର ସମୟର କାମ ବି ବନ୍ଦ କରିଦେଲେ । ଦୁଇ କୋଟି ଚାକିରି କଥା କହିଲେ । ଏବେ ପକୁଡ଼ି ବିକିବାକୁ ଚାକିରି କହୁଛନ୍ତି । କଳାଧନର ମିଛ ସ୍ଲୋଗାନ ଦେଲା କେନ୍ଦ୍ର । ଏହାକୁ ଅନୁସରଣ କରୁଛନ୍ତି ରାଜ୍ୟ ବିଜେପି ନେତା । ବାଧ୍ୟ ହେଉଛନ୍ତି କେନ୍ଦ୍ର ନେତାଙ୍କ କଥା ଆଣିବାକୁ । ୨୦ ସାଂସଦଙ୍କ ମୁହଁ ଖୋଲୁନି । GST କାଉନସିଲରେ ଓଡ଼ିଶା ପାଇଁ ମୁହଁ ଖୋଲିଲେନି । ଯାହା ବିକାଶ, ନବୀନ ପଟ୍ଟନାୟକ ସମୟରେ ହୋଇଥିଲା । ପଦଯାତ୍ରାରେ ବିଜେପିର ମୁଖା ଖୋଲିବ ବିଜେଡି । ବିଜୁ ପଟ୍ଟନାୟକ ମହିଳା ମାନଙ୍କୁ ରାଜନୀତିକୁ ଆଣିବା ପାଇଁ ୩୩% ସଂରକ୍ଷଣ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ କରିଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ ୩୫୦% ସଂରକ୍ଷଣ କରିଥିଲେ । ମିଶନ ଶକ୍ତି ବିଭାଗ ହେଲା । ଏଥିରେ ମହିଳାଙ୍କୁ ସଶକ୍ତ କରିବାକୁ କୃଷି ମିତ୍ର, ପ୍ରାଣୀମିତ୍ର  MBK, CRP କରାଯାଇଥିଲା । ଦରମା ମିଳୁଥିଲା । ହେଲେ ବିଜେପି ସରକାର ଏହାକୁ ଭାଙ୍ଗୁଛନ୍ତି । ମିଶନ ଶକ୍ତି ବଜେଟ୍ ସଂକୁଚିତ କଲେ । କିପରି MBK, CRP, EC ସଦସ୍ୟଙ୍କୁ ବିତାଡିତ କରିବେ, ସେ କାମ କରୁଛନ୍ତି ସରକାର । ନିଜ କୁଜି ନେତାଙ୍କୁ ରଖିବାକୁ ଯୋଜନା ହେଉଛି । ବିଜେଡି ମିଶନ ଶକ୍ତି ସହ ଅଛି । ସରକାର ଷଡଯନ୍ତ୍ର ବନ୍ଦ ନ କଲେ, ମହିଳାମାନଙ୍କ ସହ ବିଜେଡି ଠିଆ ହୋଇ ଲଢେଇ କରିବ ।