ମେଲବର୍ଣ୍ଣ: ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୪ ୱିକେଟ୍‌ରେ ପରାସ୍ତ କରିଛି। ଆଜିର ମ୍ୟାଚ୍‌ରେ ଭାରତ ୧୨୫ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୩.୨ ଓଭରରେ ୬ ୱିକେଟ୍ ହରାଇ ୧୨୬ ରନ୍ କରି ବିଜୟୀ ହୋଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

​​​​​​​ଆଜିର ମ୍ୟାଚ୍‌ରେ ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀ ଅଷ୍ଟ୍ରେଲିଆକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆକୁ ବିଜୀୟକୁ ରୋକିପାରି ନାହାନ୍ତି। ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୨୬ ରନ ଟାର୍ଗେଟ୍ ଦେଇଥିଲା। ​ଅଷ୍ଟ୍ରେଲିଆ ୪୦ ବଲ ବାକି ଥାଇ ଏହି ଛୋଟ ଟାର୍ଗେଟକୁ ହାସଲ କରି ନେଇଛି।

ଦଳ ପକ୍ଷରୁ ଟ୍ରାଭିସ୍ ହେଡ୍ ଏବଂ ମିଚେଲ୍ ମାର୍ଶଙ୍କ ପ୍ରାରମ୍ଭିକ ଯୋଡ଼ି ଅଷ୍ଟ୍ରେଲିଆକୁ ମାତ୍ର ୪ ଓଭରରେ ରନ୍ ୫୦ ପାର କରାଇଥିଲା। ଟ୍ରାଭିସ ହେଡ୍ ୧୫ ବଲରୁ ୨୮ ରନ କରି ଆଉଟ ହୋଇଥିଲେ। ଅଧିନାୟକ ମିଚେଲ୍ ମାର୍ଶ ୨୬ ବଲରୁ ୨ଟି ଚୌକା ଏବଂ ୪ଟି ଛକା ସହ ୪୬ ରନର ଧମାକାଦାର ଇନିଂସ ଖେଳିଥିଲେ।

ind vs aus 2nd t20 highlights scorecard india lost by 4 wickets against australia abhishek sharma jasprit bumrah varun chakravarthy india vs australia बुमराह-चक्रवर्ती की कोशिश नाकाम, अभिषेक का तूफानी अर्धशतक नहीं आया काम; 4 विकेट से जीता ऑस्ट्रेलिया

ଭାରତ ପକ୍ଷରୁ ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀ ଅଷ୍ଟ୍ରେଲିଆକୁ କମ୍ ସ୍କୋରରେ ଅଟକାଇବା ପାଇଁ ଭରପୁର ପ୍ରୟାସ କରିଥିଲେ। ବୁମରାହ ୪ ଓଭରରେ ମାତ୍ର ୨୬ ରନ ଦେଇ ୨ ୱିକେଟ୍ ନେଇଥିବା ବେଳେ ଚକ୍ରବର୍ତ୍ତୀ ୪ ଓଭରରେ ମାତ୍ର ୨୩ ରନ ଦେଇ ୨ ୱିକେଟ୍ ନେଇଥିଲେ। ଅନ୍ୟ ବୋଲରମାନେ ବିଶେଷ ପ୍ରଭାବ ପକାଇ ପାରି ନଥିଲେ। କୁଲଦୀପ ଯାଦବ ଯଦିଓ ଦୁଇଟି ୱିକେଟ୍ ନେଇଥିଲେ, କିନ୍ତୁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

ସେପଟେ ଆଜିର ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮.୪ ଓଭରରେ ୧୨୫ ରନରେ ଅଲଆଉଟ୍ ହୋଇ ଯାଇଥିଲା। ଅଷ୍ଟ୍ରେଲିଆ ଆଗରେ ୧୨୬ ରନର ଟାର୍ଗେଟ ଦେଇଥିଲା। ଆଜିର ମ୍ୟାଚରେ କେବଳ ଅଭିଷେକ ଶର୍ମାଙ୍କ ବ୍ୟାଟ୍ ଚାଲିଥିଲା। ସେ ୩୭ ବଲରେ ୬୮ ରନ କରି ଆଉଟ ହୋଇଥିଲେ। ହର୍ଷିତ ରାଣା ୩୫ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜଲଉଡ୍ ୩ ୱିକେଟ୍ ଏବଂ ଜାଭିୟର ବାର୍ଟଲେଟ୍ ଏବଂ ନାଥନ୍ ଏଲିସ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ​​​​​​​ଭାରତ ପକ୍ଷରୁ ଶୁଭମନ ଗିଲ୍ (୫), ସଞ୍ଜୁ ସାମସନ (୨), ସୂର୍ଯ୍ୟକୁମାର ଯାଦବ (୧), ତିଲକ ବର୍ମା (୦), ଅକ୍ଷର ପଟେଲ (୭), ଶିଭମ ଦୁବେ (୪) କୌଣସି ପ୍ରଭାବ ପକାଇ ପାରି ନଥିଲେ ।  

ସେପଟେ ୫ ବର୍ଷ ମଧ୍ୟରେ ପ୍ରଥମ ଥର ଅଷ୍ଟ୍ରେଲିଆ ଭାରତକୁ ନିଜ ଘରୋଇ ମାଟିରେ ଟି-୨୦ ମ୍ୟାଚ୍‌ରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଶେଷ ଥର ପାଇଁ ଡିସେମ୍ବର ୨୦୨୦ରେ ସିଡନୀରେ ନିଜ ଘରୋଇ ମାଟିରେ ଭାରତକୁ ପରାସ୍ତ କରିଥିଲା। ଏହା ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ମୋଟ ୧୨ତମ ଟି-୨୦ ବିଜୟ।