LIVE TV

ବିସିସିଆଇକୁ ଗୋଟିଏ ମ୍ୟାଚ ପାଇଁ କେତେ ଦେବ Apollo Tyres ?  ଭିନ୍ନ ମ୍ୟାଚ ପାଇଁ ଭିନ୍ନ ରହିବ କି ମୂଲ୍ୟ...

NEWS7
apollo

ନୂଆଦିଲ୍ଲୀ ୨୦।୦୯:  ଟିମ୍ ଇଣ୍ଡିଆ ଜର୍ସି ସ୍ପନସରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଘଟିଛି ଅନ୍ତ । ଟିମ୍ ଇଣ୍ଡିଆର ଜର୍ସି ସ୍ପନସର  ହୋଇଛି ଆପୋଲୋ ଟାଇର୍ସ । Dream11 ସହ ଚୁକ୍ତି ରଦ୍ଧ ପରେ ଆସିଛି ଏହି ପରିବର୍ତ୍ତନ । ବେଟିଂ ଆପ୍ ନିଷେଧ ପରେ ନିଆଯାଇଛି ଏହି ନିଷ୍ପତ୍ତି । କିନ୍ତୁ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆପୋଲୋ ଟାଇର୍ସ ପ୍ରତି ମ୍ୟାଚ୍ ପାଇଁ ବିସିସିଆଇକୁ କେତେ ଟଙ୍କା ଦେବ ? ସ୍ପନସରସିପ୍‌ ପାଇଁ କମ୍ପାନୀର ଆକାଉଣ୍ଟରେ କେତେ ଟଙ୍କା ଆବଶ୍ୟକ ? ଆସନ୍ତୁ ଜାଣିବା...

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଜର୍ସି ସ୍ପନସରସିପ ନିଲାମରେ ଆପୋଲୋ ଟାଇର୍ସ ପ୍ରତି ମ୍ୟାଚ୍ ପାଇଁ ସାଢେ ୪ କୋଟି ଟଙ୍କା ପ୍ରଦାନ କରିବ । ଯାହା ପୂର୍ବରୁ ଡ୍ରିମ୧୧ ଦ୍ୱାରା ପ୍ରଦାନ କରାଯାଇଥିବା ୪ କୋଟିରୁ ଅଧିକ । ଏହି ନୂତନ ଚୁକ୍ତିନାମା ୨୦୨୭ ପର୍ଯ୍ୟନ୍ତ ବୈଧ ରହିବ ।  ଏହାସହିତ ଆପୋଲୋ ଟାୟର୍ସ ଲୋଗୋ ଏବେ ଟିମ୍ ଇଣ୍ଡିଆର ଜର୍ସିରେ ନଜର ଆସିବ । ରିପୋର୍ଟ ଅନୁଯାୟୀ ଏହି ଚୁକ୍ତିନାମା ଭାରତୀୟ କ୍ରିକେଟ୍ ଦଳକୁ କେବଳ ଦୃଢ଼ ଆର୍ଥିକ ସହାୟତା ପ୍ରଦାନ କରିବ ନାହିଁ ବରଂ ଆପୋଲୋ ଟାଇର୍ସର ବ୍ରାଣ୍ଡ ଭାଲ୍ୟୁକୁ ଆନ୍ତର୍ଜାତୀୟ ସ୍ତରରେ ନୂଆ ଉଚ୍ଚତାରେ ପହଞ୍ଚାଇବ।

ସ୍ପନସରସିପ ପାଇଁ ବିସିସିଆଇ କମ୍ପାନୀଗୁଡ଼ିକ ପାଇଁ କଠୋର ଆର୍ଥିକ ମାନଦଣ୍ଡ ସ୍ଥିର କରିଛି ବିସିସିଆଇ । ଏଥିରେ କୁହାଯାଇଥିଲା କି ନିଲାମୀ ଲଗାଇବାକୁ ଥିବା କମ୍ପାନୀର ଗତ ତିନି ବର୍ଷ ମଧ୍ୟରେ ହାରାହାରି ଟର୍ଣ୍ଣଓଭର ଅତିକମରେ ୩୦୦ କୋଟି କିମ୍ବା ୩୦୦କୋଟିରୁ ଅଧିକ ନେଟଓ୍ବର୍ଥ ରହିବା ଉଚିତ୍‌ ।  ଆପୋଲୋ ଟାଇର୍ସ ଏହି ମାନଦଣ୍ଡକୁ ପୂରଣ କରିଛି।

ବିସିସିଆଇ ଭିନ୍ନ ଭିନ୍ନ ଫର୍ମାଟ ପାଇଁ ଦାମ୍‌ ଭିନ୍ନ ସ୍ଥିର କରିଛି । ଦ୍ୱିପାକ୍ଷିକ ସିରିଜ ପ୍ରତି ମ୍ୟାଚ୍ ପାଇଁ ସାଢେ ୩ କୋଟି ଟଙ୍କା ଦେବାକୁ ପଡିବ ।  ସେହିପରି ମଲ୍ଟିନ୍ୟାସନାଲ ଟୁର୍ଣ୍ଣାମେଣ୍ଟ, ଯେପରିକି ICC ଏବଂ ଏସିଆ କପ୍ର ପ୍ରତି ମ୍ୟାଚ୍ ପାଇଁ ଦେଢ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ ।  କହିବାକୁ ଗଲେ ବିସିସିଆଇ ଆଗାମୀ ତିନି ବର୍ଷ ମଧ୍ୟରେ ଜର୍ସି ସ୍ପନସରଙ୍କ ଠାରୁ ୪୦୦ କୋଟିରୁ ଅଧିକ ରାଜସ୍ୱ ଲକ୍ଷ୍ୟ ରଖିଛି।

ଏହି ଚୁକ୍ତିକୁ ଭାରତୀୟ କ୍ରିକେଟ୍ ଏବଂ କର୍ପୋରେଟ୍ ଜଗତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । କାରଣ ଏହି ସହଭାଗୀତା କେବଳ ବିସିସିଆଇର ରାଜସ୍ୱ ବୃଦ୍ଧି କରିବ ନାହିଁ ବରଂ ବିଶ୍ୱ କ୍ରୀଡ଼ା ବଜାରରେ ଆପୋଲୋ ଟାୟର୍ସକୁ ଏକ ବଡ଼ ଲାଭ ଦେବ।