News7 Logo

ଅଭିନୟ ଛାଡି ରାଜନୀତିରେ ପାଦ ରଖିବେ ଅନୁପମ୍ ଖେର, ଇଣ୍ଟରଭ୍ୟୁରେ କଲେ ଖୁଲାସା

NEWS7
Anupam

ନୂଆଦିଲ୍ଲୀ ୧୪।୦୯; ଅଭିନେତା ଅନୁପମ ଖେର । ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ ପ୍ରବୀଣ ଅଭିନେତା। ସେ ତାଙ୍କ ପ୍ରତିଭା ବଳରେ ବହୁତ ଉଚ୍ଚତା ହାସଲ କରିଛନ୍ତି। ଅନୁପମ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତ ରଖିଛନ୍ତି। ଏକ ସାକ୍ଷାତକାରରେ ସେ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ଉପରେ ପ୍ରତିକ୍ରିୟା ରଖିଥିଲେ। ଅନୁପମ ମଧ୍ୟ ତାଙ୍କ ରାଜନୀତିରେ ପାଦ ଦେବା ନେଇ ମୁହଁ ଖୋଲିଥିଲେ ।

ଣ ରାଜନୀତିରେ ଏଣ୍ଟ୍ରି କରିବେ ଅନୁପମ?

ରାଜନୀତିରେ ତାଙ୍କ ପ୍ରବେଶ ସମ୍ପର୍କରେ ଅନୁପମ ଖେର ସ୍ପଷ୍ଟ ଭାବରେ କହିଥିଲେ ଯେ ମୋର ରାଜନୀତିରେ କୌଣସି ଆଗ୍ରହ ନାହିଁ। କାରଣ ମୁଁ ବର୍ତ୍ତମାନ ଯାହା କରୁଛି ସେଥିରେ ମୁଁ ବହୁତ ଖୁସିଯେତେବେଳେ ଦେଶ ବିଷୟରେ କୌଣସି କଥା ଆସେ, ମୁଁ ନିଶ୍ଚିତ ଭାବରେ ମୋର ସ୍ୱର ଉଠାଏକାହିଁକି ନା ଏହା ନିଜ ଭିତରେ ବହୁତ ପାୱାରଫୁଲ୍‌। ଯେତେବେଳେ ମୁଁ କୌଣସି ଆଘାତ ଏବଂ କଷ୍ଟ ଦେଖେ, ମୁଁ ଆଦୌ କାନ୍ଦେ ନାହିଁ ବରଂ ଅଧିକ ହସେ।