LIVE TV

ଅକ୍ଟୋବର ୧ରେ ପୁଣି ଏକ ଲଘୁଚାପ ସମ୍ଭାବନା, ଜାଣନ୍ତୁ କେଉଁ ଦିନ କେଉଁ ଜିଲ୍ଲାରେ ବର୍ଷା

NEWS7
Rain in Durga puja

ଭୁବନେଶ୍ଵର: ବର୍ଷାରେ ଭିଜିବ ପୂଜା । ଅକ୍ଟୋବର ୧ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଯାହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨ ତାରିଖରେ କଳାହାଣ୍ଡି, କନ୍ଧମାଳ ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୩ ତାରିଖରେ ବଲାଙ୍ଗିର ନୂଆପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ଭିତରେ ବିଶେଷ ବିଶେଷ ବର୍ଷାର ସମ୍ଭାବନା ନାହିଁ ।

ଏଥର ବର୍ଷାରେ ଭିଜିବ ପୂଜା । ଅକ୍ଟୋବର ୧ରେ ପୁଣି ଏକ ଲଘୁଚାପ ସମ୍ଭାବନା । ୩୦ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧ ତାରିଖ ବେଳକୁ ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଯାହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨ ତାରିଖରେ କଳାହାଣ୍ଡି, କନ୍ଧମାଳ ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୩ ତାରିଖରେ ବଲାଙ୍ଗିର ନୂଆପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୨୪ଘଣ୍ଟା ଭିତରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର.  ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି  ୧୦ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆସନ୍ତାଲି ରାଜ୍ୟର କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ବାଲେଶ୍ବର ଭଳି ୧୧ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେପଟେ ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ସେ କହିଛନ୍ତି, ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ ପଶ୍ଚିମରେ କଳାହାଣ୍ଡି ପାଇଁ ରେଡ୍ ଓ୍ବାର୍ଣ୍ଣିଂ ଥିଲା । ବଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିଲେ ବି ବିପଦ ସଂକେତ ତଳେ ରହିଛି । ହୀରାକୁଦରେ ସର୍ବୋଚ୍ଚ ଜଳସ୍ତର ୬୩୦ଫୁଟ୍ ଥିବା ବେଳେ ଏବେ ୬୨୭.୮୫ଫୁଟ୍ ପାଣି ଅଛି । ୧୬ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତଳମୁଣ୍ଡରେ ସ୍ଥିତି ଦେଖି ଆଉ ୬ଟି ଗେଟ୍ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

ମୁଣ୍ଡଳିରେ ବର୍ତ୍ତମାନ ୫.୯୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସୁକତେଲ, ଜିରା ନଦୀରେ ବର୍ଷା ଯୋଗୁଁ ଖଇରମାଲ ଓ ମୁଣ୍ଡଳିରେ ଜଳସ୍ତର ବୃଦ୍ଧ ହେବ । ତେଲ ନଦରୁ ଅଧିକ ପାଣି ଆସିଲେ ଏହା ୬ଲକ୍ଷ କ୍ୟୁସେକ୍ ତଳେ ରହିବ । ନଦରୁ ପାଣି କମିଲେ ତଳିଆ ଅଂଚଳରେ ପାଣି କମିଯିବ । ରେଙ୍ଗାଲିରେ ବ୍ରାହ୍ମଣୀ ନଦୀରେ ଗୋଟେ ଗେଟ୍ ବନ୍ଦ ହୋଇଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଟଳିଛି ବନ୍ୟା ଆଶଙ୍କା । ୩୦ ତାରିଖ ଯାଏଁ ବିଶେଷ ବର୍ଷା ନାହିଁ । ୧ ତାରିଖ ବେଳକୁ ଲଘୁଚାପ ହେଲେ ବର୍ଷା ସମ୍ଭାବନା ରହୁଛି । ​​​​​​​