LIVE TV

ଘରେ ଥିବା ସବୁ ହାଣ୍ଡିଆ ପିଇଦେଲା ସ୍ତ୍ରୀ, ରାଗରେ ପିଟିପିଟି ମାରିଦେଲା ଜହ୍ଲାଦ ସ୍ୱାମୀ

NEWS7
Udala

ଉଦଳା ୨୭।୯: ସ୍ୱାମୀ ସାଜିଲା ସୈତାନ । ସାମାନ୍ୟ ହାଣ୍ଡିଆ ପାଇଁ ସ୍ତ୍ରୀକୁ ମାରିଦେଲା । ସବୁ ହାଣ୍ଡିଆ ସ୍ତ୍ରୀ ପିଇଦେବାରୁ କାଠ ଫାଳିଆରେ ପିଟିପିଟି ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଉପରତାଳଡିହା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗାଁର ଗୁରୁପ୍ରସାଦ କାମରୁ ଘରକୁ ଫେରିଥିବା ବେଳେ ଘରେ ପହଞ୍ଚି ହାଣ୍ଡିଆ ପିଇବାକୁ ଖୋଜିଥିଲେ । ହେଲେ ସ୍ତ୍ରୀ ସୀତା ସବୁ ହାଣ୍ଡିଆ ପିଇ ନିଶାସକ୍ତ ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ । ଫଳରେ ଉତକ୍ଷିପ୍ତ ହୋଇ ଉଠିଥିଲେ ଗୁରୁପ୍ରସାଦ । ଏହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ ଘରେ ପଡ଼ିଥିବା କାଠ ଫାଳିଆରେ ଅତି ନିର୍ଦୟ ଭାବେ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା ଜହ୍ଲାଦ ସ୍ୱାମୀ ।

ତେବେ ସବୁଠୁ ବଡ କଥା ହେଲା ଜହ୍ଲାଦ ସ୍ବାମୀର ମନ ଏତିକିରେ ମାନିନଥିଲା । ସ୍ତ୍ରୀକୁ ହତ୍ୟା କରିବା ପରେ ଦୁଇ ଛୋଟ ପିଲାଙ୍କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିଲା ଗୁରୁପ୍ରସାଦ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଏ ନେଇ ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଅଭିଯୁକ୍ତ ସ୍ୱାମୀକୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ରହିଛି ।