ଭୁବନେଶ୍ୱର : ପୋଖରିଫୁଟ ରାସ୍ତାରେ ଗଛକୁ ପିଟିଲା ଆମ ବସ୍ । ଡ୍ରାଇଭର ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଦୁର୍ଘଟଣା ଯୋଗୁ ଆମ ବସ୍ ସାମ୍ନା କାଚ ଭାଙ୍ଗି  ସମୂର୍ଣ୍ଣ ଚୁରମାର ହୋଇପଡିଛି।

ଆମ ବସ୍ OD33AN 0654 ବସ୍ ଟି ଖଣ୍ଡଗିରିରୁ ପୋଖରୀପୁଟ ଅଭିମୁଖେ ଯାଉଥିବା ସମୟରେ ଘଟିଛି ଏମିତି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଯାତ୍ରୀ କେହି ଆହତ ହୋଇନାହାନ୍ତି। କେବଳରେ ଡ୍ରାଇଭରଙ୍କୁ ସାମାନ୍ୟ ଆଘାତ ଲାଗିଥିବାରୁ ସେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ତେବେ ତୁରନ୍ତ ପି ସି ଆର ଏବଂ ଅଗ୍ନିଶମବାହିନୀ ଘଟଣା ସ୍ତଳରେ ପହଞ୍ଚି ରାସ୍ତା ସଫା କରିଥିଲେ ।

ଅନ୍ୟପଟେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ସେମାନେ ଡ୍ରାଇଭର ଗାଡ଼ି ଚଳାଇବାର ତରିକା ଓ ସ୍ପିଡ୍ କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୋଟାମୋଟି ସୋମାନଙ୍କ କହିବା କଥା ହେଲା ଗାଡ଼ି ଚାଳକଙ୍କ ଅସାବଧାନତା ଯୋଗୁ ଏମିତି ଦୁର୍ଘଟଟଣା ଘଟିଛି।

ଆମ ବସ୍ କୁ ନେଇ ସବୁବେଳେ କିଛିନା କିଛି ଦୁର୍ଘଟଣା ଖବର ଆସୁଛି ସାମ୍ନାକୁ। କିନ୍ତୁ ସୌଭାଗ୍ୟବଶତଃ ଏତେ ବଡ଼ ବିପଦ ଅଳ୍ପକେ ଟଳି ଯାଇଥିଲା।