News7 Logo

ବିଲ୍ ନ ହେବାରୁ ତାତିଲେ ଠିକାଦାର, ଜେଇଙ୍କୁ ଗାଳିଗୁଲଜ କରି ମାଡ଼ ମାରିଥିବା ଅଭିଯୋଗ

NEWS7
Balangir

ବଲାଙ୍ଗିର ୩୯: ବିଲ୍ ନ ହେବାରୁ ଜେଇଙ୍କୁ ମାଡ଼ । ବଲାଙ୍ଗିର ପୁଇଁନ୍ତଳା ବ୍ଲକରେ ଘଟିଛି ଏଭଳି ଘଟଣା । ଜେଇ କାର୍ଯ୍ୟାଳୟରେ ଥିବା ସମୟରେ ଜଣେ ଠିକାଦାର ଆସି ଜେଇଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ବୁଧବାର ପୁଇଁନ୍ତଳା ବିଡ଼ିଓ ପୁଇଁନ୍ତଳା ଥାନାରେ ଏତଲା ଦେଇଛନ୍ତି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ମାଡ଼ ଖାଇଥିବା ଜେଇଙ୍କ ନାଁ ବିଭୁତି ଭୂଷଣ ମହାନ୍ତି । ମାଡ଼ ମାରିଥିବା ଠିକାଦାରଙ୍କ ନାଁ ପଞ୍ଚାନନ ଡାଙ୍ଗ ବୋଲି ଜଣାପଡିଛି ।