News7 Logo

୧୦ମ ବୋର୍ଡ ଖାତା ଦେଖାରେ ତ୍ରୁଟି ଅଭିଯୋଗ, ମେଧାବୀ ହୋଇ ମଧ୍ୟ ଉଚ୍ଚଶିକ୍ଷାରୁ ବଞ୍ଚିତ ଛାତ୍ର

NEWS7
Bhadrak

ଚାନ୍ଦବାଲି ୧୬।୯: ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା ଖାତା ଦେଖାରେ ତ୍ରୁଟି ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରଙ୍କ ଅଭିଭାବକ ଓ ଶିକ୍ଷକ । ଭଦ୍ରକ ଜିଲ୍ଲା ପୀରହାଟ ଅଞ୍ଚଳ ବାରିବାଟିଆ ଗାଁରେ ଏମିତି ଘଟଣା ଦେଖିବାକୁ ମିଳିଛି । ଅଭିଯୋଗ ପରେ ସଂଶୋଧିତ ସାର୍ଟିଫିକେଟ୍ ମିଳୁନଥିବାରୁ ସମସ୍ୟାରେ ପଡ଼ିଛନ୍ତି ଛାତ୍ର ।​​​​​​​

ସୂଚନାଯୋଗ୍ୟ ଯେ, ବାରିବାଟିଆ ଗାଁର କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ପୁଅ ଜନ୍ମେଜୟ ମହାନ୍ତି ଚଳିତ ବର୍ଷ ଗଦି ସାମନ୍ତରାଏପୁର ସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ । ଜନ୍ମେଜୟ ଜଣେ ମେଧା​​​​​​​ବୀ ଛାତ୍ର ହୋଇଥିବାରୁ ସାର୍ଟିଫିକେଟ୍‌ରେ ପାଇଥିବା ମାର୍କକୁ ନେଇ ସେ ସନ୍ତୁଷ୍ଟ ନୁହନ୍ତି । ଏନେଇ ଛାତ୍ରଙ୍କ ପରିବାର ଲୋକେ ଖାତା ରିଚେକିଂ ପାଇଁ ଆବେଦନ କରିଥିଲେ । ଆବେଦନ ପରେ ବି କୌଣସି ସୁଫଳ ପାଇନଥିଲେ l ମାଧ୍ୟମିକ ଶିକ୍ଷା ବୋର୍ଡ ଜନ୍ମେଜୟଙ୍କ ଖାତାକୁ ୱେବ୍‌ ପୋର୍ଟାଲରେ ଅପଲୋଡ୍ କରିବା ପରେ ଖାତାକୁ ପରିବାର ଲୋକେ ଡାଉନଲୋଡ଼ କରିଥିଲେ । ଏଥିରୁ ପରିବାକ ଲୋକ ଜାଣିବାକୁ ପାଇଥିଲେ ଏହି ଖାତାରେ ୩ ପୃଷ୍ଠାରେ କିଛି ମାର୍କ ନଦେଇ ଛାଡି ଦିଆଯାଇଛି । କିଛି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ ମଧ୍ୟ ତାକୁ କାଟି ଦିଆଯାଇଛି  l

ଜନ୍ମେଜୟଙ୍କ  ଖାତା ଦେଖାରେ ତ୍ରୁଟି ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ନପାଇ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ମେଧାବୀ ଛାତ୍ରଙ୍କ ସ୍ବପ୍ନ ଥିଲା ୯୨ ଶତକଡା ମାର୍କ ପାଇବା । କିନ୍ତୁ ବୋର୍ଡ ଖାତାଦାଖାରେ ହୋଇଥିବା ତ୍ରୁଟି ତାଙ୍କୁ କଷ୍ଟ ଦେଇଛି । ତ୍ରୁଟି ଧରିବା ପରେ ଅଭିଭାବକ ଅଭିଯୋଗ କଲେ, ବୋର୍ଡ ସେହି ତ୍ରୁଟିକୁ ଏ ପର୍ଯ୍ୟନ୍ତ ସୁଧାରିଲା ନାହିଁ । ସଂଶୋଧିତ ସାର୍ଟିଫିକେଟ୍ ମିଳୁନଥିବାରୁ ଛାତ୍ରର ଭବିଷ୍ୟତ ଏବେ ଅନ୍ଧାରରେ । ପରିବାର ଲୋକେ ବୋର୍ଡ କାର୍ଯ୍ୟାଳୟରେ କେତେଥର ଯାଇ ଏ ବିଷୟରେ ଲିଖିତ ଅଭିଯୋଗ କରି ସାରିବା ପରେ ବି ନୂଆ ସାର୍ଟିଫିକେଟ୍ ମିଳିପାରୁନାହିଁ ।