News7 Logo

ଦୁବାଇକୁ ଫ୍ଲାଇଟ୍ ଯେପରି ବନ୍ଦ ନହୁଏ, ବିମାନ ବନ୍ଦର କର୍ତ୍ତୃପକ୍ଷ, ସରକାର ଓ ବିମାନ ସେବା ଚେଷ୍ଟା କରୁଛନ୍ତି

NEWS7
BBSR AIRPORT

ଭୁବନେଶ୍ବର ୧୬।୯: ଦୁବାଇ ଫ୍ଲାଇଟ୍ ବନ୍ଦ ନେଇ ଆଶଙ୍କା ଥିଲା । ହେଲେ ଏପରି କିଛି ଖବର ଆସିନି,  ଖୁବ୍‌ଶୀଘ୍ର ସବିଶେଷ ଖବର ଆସିଯିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି । ସେ କହିଛନ୍ତି, ଚେଷ୍ଟା ଚାଲିଛି ସିଡ୍ୟୁଲ ପରିବର୍ତ୍ତନ କରିବାକୁ । ହେଲେ ଫ୍ଲାଇଟ୍ ଯେପରି ବନ୍ଦ ନ ହୁଏ, ସେ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ, ସରକାର ଓ ବିମାନ ସେବା ଚେଷ୍ଟା କରୁଛନ୍ତି ।

ଭୁବନେଶ୍ୱର ବିମାନବନ୍ଦର ଏକ ଲାଭଜନକ ବିମାନବନ୍ଦର । ଗତ ବର୍ଷ ୪୮.୩୦ ଲକ୍ଷ ଯାତ୍ରୀ ଭୁବନେଶ୍ୱର ବିମାନ ବନ୍ଦର ଯାତାୟାତ କରିଥିଲେ । ଯାହା ଦେଶରେ ୧୩ ତମ ଓ ପୂର୍ବ ଭାରତରେ କୋଲକାତା ପରେ ଦ୍ଵିତୀୟ ସ୍ଥାନରେ ରହିଛି । ଭୁବନେଶ୍ୱର ବିମାନବନ୍ଦରରେ ଗତବର୍ଷ ୧୦୦କୋଟି ବ୍ୟବସାୟ ହୋଇଥିଲା । ଚଳିତ  ବର୍ଷ ୧୪୭ କୋଟି ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି ।

କିଛି ଦିନ ହେବ ସୁରଟକୁ ବିମାନ ଯାଉନଥିବା ବେଳେ ପୁଣି ସୁରଟକୁ ବିମାନ ଉଡ଼ିବ । ଶ୍ରୀନଗରକୁ ଡାଇରେକ୍ଟ ବିମାନ ବର୍ତ୍ତମାନ ସ୍ଥଗିତ ରହିଛି । ଅପରେସନ ସିନ୍ଦୂର ପାଇଁ ସ୍ଥଗିତ ରହିଛି । ଲୋକଙ୍କ ଚାହିଦା ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ।