News7 Logo

ମଣିକୋଣ୍ଡ ବିଦ୍ୟୁତ ବିଭାଗର ଇଞ୍ଜିନିୟର ଅମ୍ୱେଦକରଙ୍କ ଘରେ ଚଢାଉ, ନଗଦ ୨ କୋଟି ଜବତ

NEWS7
acb raid

ତେଲେଙ୍ଗାନା ୧୭/୦୯: ତେଲେଙ୍ଗାନାର ଦୁର୍ନୀତି ନିବାରଣ ବ୍ୟୁରୋର ବଡ଼ ରେଡ । ମଙ୍ଗଳବାର ଦିନ ବିଦ୍ୟୁତ୍ ବିଭାଗର ଜଣେ ଅଧିକାରୀଙ୍କ ଘର ଉପରେ ଚଢାଉ କରିଥିଲା ACB । ତେବେ ଚଢାଉ ସମୟରେ ଇଞ୍ଜିନିୟରଙ୍କ ଘରୁ ମିଳିଛି କୋଟି କୋଟି ଟଙ୍କା । ୨ କୋଟି ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି। ମଙ୍ଗଳବାର ସକାଳ ଠାରୁ, ଦୁର୍ନୀତି ନିବାରଣ ସଂସ୍ଥାର ଅଧିକାରୀମାନେ ସହକାରୀ ବିଭାଗୀୟ ଯନ୍ତ୍ରୀ ଆମ୍ବେଦକର ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ତଲାସି ଚଳାଇଛନ୍ତି।

ସୂଚନା ଥାଉକି, ହାଇଦ୍ରାବାଦର ମଣିକୋଣ୍ଡାର ସହକାରୀ ବିଭାଗୀୟ ଯନ୍ତ୍ରୀ (ADE) ଅମ୍ୱେଦକରଙ୍କ ଉପରେ ଥିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ । ସହରର ବିଭିନ୍ନ ଅଞ୍ଚଳରେ ପନ୍ଦରଟି ACB ଦଳ ଚଢାଉ କରିଥିଲା । ଚଢାଉରେ ACB ଅଧିକାରୀମାନେ ଆମ୍ବେଦକରଙ୍କ ନାମରେ ତିନୋଟି ପ୍ଲଟ୍ ଚିହ୍ନଟ କରିଛନ୍ତି । ଯେଉଁଥିରେ ଗଛିବୋଉଲି ଅଞ୍ଚଳରେ ତାଙ୍କର ମାଲିକାନାରେ ଥିବା ଏକ କୋଠା ମଧ୍ୟ ଅନ୍ତର୍ଭୁକ୍ତ ।

ତଲାସୀ ସମୟରେ, ଅଧିକାରୀମାନେ ସୁନା ଅଳଙ୍କାର ମଧ୍ୟ ଜବତ କରିଛନ୍ତି । ରେଡ୍ ବେଳେ ଶର୍ଲିଙ୍ଗମପାଲିରେ ଗୋଟିଏ ଫ୍ଲାଟ୍,  ଗଚିବୋୱଲିରେ ବଡ କୋଠା, ୧୦ ଏକର ଜମିରେ ଆମଥାର କେମିକାଲ୍ସ ନାମରେ ଗୋଟିଏ କମ୍ପାନୀ । ହାଇଦ୍ରାବାଦରେ ୬ଟି ଆବାସିକ ପ୍ରମୁଖ ଖୋଲା ପ୍ଲଟ୍, ଗୋଟିଏ ଚାଷ ଜମି, ଦୁଇଟି ଚାରିଚକିଆ ଗାଡ଼ି, ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରାଯାଇଛି । 

​​​​​​​ଅଧିକାରୀଙ୍କ କହିବା କଥା ଆମ୍ବେଦକରଙ୍କ ନାମରେ ରହିଛି ପୂର୍ବରୁ ଲାଞ୍ଚ ମାଗିବାର ଅଭିଯୋଗ ବି ଥିଲା । ଲକ୍ଷ ଲକ୍ଷ କୋଟି ଟଙ୍କା ଲାଞ୍ଚ ମାଗୁଥିଲେ ବୋଲି ଦାବି ହେଉଥିଲା । ଅଧିକାରୀ ଆହୁରି ମଧ୍ୟ କହିଛନ୍ତି, “ଆମ୍ବେଦକର କେବଳ ବିଦ୍ୟୁତ୍ ର ଘରୋଇ ଗ୍ରାହକମାନଙ୍କୁ ହଇରାଣ କରୁନଥିଲେ । କାର୍ଯ୍ୟସ୍ଥଳରେ ଥିବା ତାଙ୍କ କର୍ମଚାରୀମାନଙ୍କୁ ମଧ୍ୟ ହଇରାଣ କରୁଥିଲେ। ସେ ଅନେକ ଘରୋଇ ଗ୍ରାହକଙ୍କୁ ହଇରାଣ କରିବା ପାଇଁ ଜଣାଶୁଣା ଥିଲେ । ବିଶେଷକରି ବାଣିଜ୍ୟିକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ମାଗୁଥିବା ଲୋକଙ୍କୁ ହଇରାଣ କରୁଥିଲେ।

ଯେତେବେଳେ ଏକ ଛୋଟ ବିଦ୍ୟୁତ୍ ସଂଯୋଗ ଆବଶ୍ୟକ ହେଉଥିଲା । ଆମ୍ବେଦକର ଗ୍ରାହକଙ୍କୁ ହଇରାଣ କରୁଥିଲେ ଓ ମୋଟା ଅଙ୍କର ଲାଞ୍ଚ ନେଉଥିଲେ । କାମ ଛୋଟ ହୋଇଥିଲେ ମଧ୍ୟ, ଆମ୍ବେଦକର ଅଧିକ ଦୁର୍ନୀତି ଦାବି କରୁଥିଲେ। ପୀଡିତମାନେ ଅଧିକାଂଶ ମଲ୍, ଥିଏଟର ଏବଂ ବାଣିଜ୍ୟିକ କମ୍ପ୍ଲେକ୍ସର ମାଲିକ ଥିଲେ। ତେଲେଙ୍ଗାନା ACB ଅଧିକାରୀମାନେ ଆମ୍ବେଦକର ଏରୁଗୁଙ୍କ ବିରୁଦ୍ଧରେ ଏକ ଡିସପ୍ରୋପ୍ରିସନ୍ଟେଟ୍ ସେଟ୍ସ (DA) ମାମଲା ରୁଜୁ କରିଛନ୍ତି ।