News7 Logo

ଆମ ଆଦମୀ ପାର୍ଟି ଛାତ୍ର ସଂଘର ବଡ଼ ନିଷ୍ପତ୍ତି, ଏ ବର୍ଷ ଲଢିବନି DUSU ନିର୍ବାଚନ

NEWS7
Kejriwal

ନୂଆଦିଲ୍ଲୀ ୧୨।୯: ଆମ ଆଦମୀ ପାର୍ଟି (ଆପ) ଛାତ୍ର ଶାଖା ଆସୋସିଏସନ ଅଫ ଷ୍ଟୁଡେଣ୍ଟ ଫର ଅଲ୍ଟରନେଟିଭ ପଲିଟିକ୍ସ (ଏଏସଏପି) ଚଳିତବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ (ଡିୟୁଏସୟୁ) ନ ଲଢିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଦଳର ଏକ ସୁଚିନ୍ତିତ ରଣନୀତି ବୋଲି ଏବେ କୁହାଯାଉଛି। ଏଏସଏପିର କହିବା କଥା ହେଉଛି ଛାତ୍ର ରାଜନୀତିର ଉଦ୍ଦେଶ୍ୟ ନିର୍ବାଚନ ଲଢିବା ଓ ଜିତିବା ନୁହେଁ, ବରଂ ଛାତ୍ରଙ୍କ ସମସ୍ୟାକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରି ଏହାର ସମାଧାନ କରିବା।

ଏଏସଏପି ସ୍ପଷ୍ଟ କରିଦେଇଛି ଯେ ଚଳିତବର୍ଷ ନିର୍ବାଚନ ନ ଲଢି ସଙ୍ଗଠନ ନିର୍ମାଣ ଓ କଲେଜ ସ୍ତରରୁ ମଜଭୁତ ହେବା ପାଇଁ ଫୋକସ କରିବା। ତେବେ ଆଗାମୀ ବର୍ଷ ଛାତ୍ର ଶାଖା ପୁରା ତାକତର ସହିତ ନିର୍ବାଚନକୁ ଓହ୍ଲାଇବାକୁ ଯୋଜନା କରିଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଏଏସଏପି ଲମ୍ବା ରାଜନୀତିର ବିଚାର ରଖିବା ସହିତ ଛାତ୍ରଙ୍କ ହୀତ ନିମନ୍ତେ ମଜଭୁତ ଭାବେ ନିଜକୁ ପ୍ରସ୍ତୁତ କରୁଛି। ଯଦିଓ ଏଏସଏପି ନିର୍ବାଚନ ଲଢିବନି ବୋଲି ଘୋଷଣା କରିଛି ତେବେ ଦୁଇଟି କଲେଜରେ ନିର୍ବିରୋଧ ଜିତି, ଛାତ୍ର ଏହି ସଙ୍ଗଠନ ଉପରେ ଭରସା କରୁଥିବା ପ୍ରମାଣିତ କରିଛି।

ଛାତ୍ରଙ୍କ ଅସଲ ସମସ୍ୟା ମଞ୍ଚରେ ଉଠାଇବାକୁ ଏଏସଏପି ସର୍ବଦା ଆଗରେ ରହିଛି। ହୁଏତ ମେଟ୍ରୋରେ ଛାତ୍ରଙ୍କ ନିଶୁଳ୍କ ଯାତ୍ରା ଦାବି ହେଉ କି ହଷ୍ଟେଲ ଓ ଲାଇବ୍ରେରୀର ଅଭାବ କଥା ହେଉ କିମ୍ବା ଫି ବୋଝ ଏଏସଏପି ଲଗାତାର ଏହି ସବୁ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରୁଛି। ଏଣୁ ଛାତ୍ରଙ୍କ ମଧ୍ୟରେ ଏଏସଏପିର ପରିଚୟ ଏକ ବିଶ୍ୱସ୍ଥ, ସଂଘର୍ଷରତ ତଥା ଛାତ୍ର ହିତୌଷୀ ସଙ୍ଗଠନ ରୂପେ ରହିଛି। ଏଏସଏପିର ଭବିଷ୍ୟତର ଦିଶା ସ୍ପଷ୍ଟ। ସେ ଆଗକୁ କଲେଜ ସ୍ତରରେ ଆହୁରି ବ୍ୟାପକ ଅଭିଯାନ ଚଳାଇବ। ସଙ୍ଗଠନର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସବୁ ଛାତ୍ରଙ୍କ ପର୍ଯ୍ୟନ୍ତ ନିଜର ଅୱାଜ ପହଞ୍ଚାଇବା ଓ ସେମାନଙ୍କ ସମସ୍ୟାର ମଜଭୁତ ସମାଧାନ କରିବା।