News7 Logo

କୋର୍ଟ ରୁମ୍‌ରେ ବଡ ଘରର ସମ୍ପତ୍ତି କଳି, ତୃତୀୟ ପତ୍ନୀ ପ୍ରିୟା-ପୂର୍ବପତ୍ନୀ କରିସ୍ମାଙ୍କ ମଧ୍ୟରେ ହାଇଡ୍ରାମା

NEWS7
karishma

ନୂଆଦିଲ୍ଲୀ ୧୧।୦୯; କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ତଥା ସ୍ବର୍ଗତ ଶିଳ୍ପପତି ସଞ୍ଜୟ କପୁର। ବର୍ତ୍ତମାନ ତାଙ୍କ ସମ୍ପତ୍ତିକୁ ନେଇ ପୂର୍ବତନ ପତ୍ନୀ କରିସ୍ମା କପୁର ଓ ଦ୍ବିତୀୟ ପତ୍ନୀ ପ୍ରିୟା ସଚଦେବଙ୍କ ମଧ୍ୟରେ ଆରମ୍ଭ ହୋଇଛି କୋର୍ଟ ଲଢ଼େଇ । କରିସ୍ମାଙ୍କ ଝିଅ ସମାଇରା ଓ ପୁଅ କିୟାନ୍ କୋର୍ଟରେ ସାବତ ମା’ ପ୍ରିୟାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ଆବେଦନରେ ଅଭିଯୋଗ କରାଯାଇଛି ଯେ ପ୍ରିୟା କପୁର ତାଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ଇଚ୍ଛାପତ୍ରରେ ହେରଫେର କରିଛନ୍ତି । ସମ୍ପୂର୍ଣ୍ଣ ସମ୍ପତ୍ତିକୁ କବଜା କରିବାକୁ ଚାହୁଛନ୍ତି । 
ଏହି କୋର୍ଟରୁମ୍ ଦୃଶ୍ୟ କୌଣସି ବଲିଉଡ୍ ନାଟକଠାରୁ କମ୍ ନୁହେଁ। ଦିବଂଗତ ଶିଳ୍ପପତି ସଞ୍ଜୟ କପୁରଙ୍କ ୩୦,୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ନେଇ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ବଡ଼ ହଙ୍ଗାମା ହୋଇଥିଲା।

ଏହି ସମୟରେ ପ୍ରିୟା କୋର୍ଟରେ କରିସ୍ମାଙ୍କ ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ଶୁଣାଣି ସମୟରେ, ପ୍ରିୟାଙ୍କ ଓକିଲ କରିସ୍ମା କପୁରଙ୍କ କଥା ଉଠାଇ କହିଛନ୍ତି- 'ସଞ୍ଜୟ କପୁରଙ୍କ ଠାରୁ ଅଲଗା ହେବା ପରେ  କରିସ୍ମା ଗତ ୧୫ ବର୍ଷ ଧରି କୌଣସି ସ୍ଥାନରେ ନଜର ଆସିନାହାଁନ୍ତି। ଯେତେବେଳେ କରିସ୍ମା ଏବଂ ସଞ୍ଜୟ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଛାଡପତ୍ର ଲଢ଼ୁଥିଲେ, ସେତେବେଳେ ଏତେ ପ୍ରେମ କେଉଁଠାରେ ଥିଲା? ତୁମ ସ୍ୱାମୀ ବର୍ଷ ବର୍ଷ ପୂର୍ବରୁ ତୁମକୁ ଛାଡ଼ି ଚାଲିଯାଇଥିଲେ।' ପ୍ରିୟା ଜଣେ ବିଧବା ଏବଂ ତାଙ୍କର ଛଅ ବର୍ଷର ପିଲା ଅଛି। କିଛି ତ ସହାନୁଭୂତି ଦେଖାଅ। ଅନ୍ୟପକ୍ଷରେ, ପ୍ରିୟା କପୁରଙ୍କ ପକ୍ଷରୁ ଓକିଲ କୋର୍ଟରେ ଆହୁରି କହିଛନ୍ତି  ସଞ୍ଜୟ ଏକ ଟ୍ରଷ୍ଟ ଗଠନ କରିଥିଲେ । ମାମଲା ଦାୟର ହେବାର ମାତ୍ର ୫ ଦିନ ପୂର୍ବରୁ ୧୯୦୦ କୋଟି ଟଙ୍କାର ସମ୍ପତ୍ତି ପିଲାମାନଙ୍କ ନାମରେ ହସ୍ତାନ୍ତର କରାଯାଇଥିଲା। 

ଏହି ସମୟରେ, ଦିଲ୍ଲୀ ହାଇକୋର୍ଟ ସଞ୍ଜୟ କପୁରଙ୍କ ପତ୍ନୀ ପ୍ରିୟା ସଚଦେବଙ୍କୁ ତାଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ଏକ ସମ୍ପୂର୍ଣ୍ଣ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଦୁଇ ସପ୍ତାହ ମଧ୍ୟରେ ଲିଖିତ ବୟାନ ଦାଖଲ କରିବାକୁ  ହେବ। ଏହା ବ୍ୟତୀତ, ସଞ୍ଜୟଙ୍କ ମାଆ ରାଣୀ କପୁର ମଧ୍ୟ ଇଚ୍ଛାପତ୍ରର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଣୀଙ୍କ ଓକିଲ କହିଛନ୍ତି- 'ଏହା ଏକ ଅତ୍ୟନ୍ତ ଭୁଲ କଥା। ୧୦,୦୦୦ କୋଟି ଟଙ୍କାର ସମ୍ପତ୍ତି ମୋର ହେବା ଉଚିତ। ମୁଁ ୮୦ ବର୍ଷ ବୟସ୍କା।' ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୯ରେ ହେବ।