କଟକ TPCODL କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ, ସ୍ମାର୍ଟ ମିଟର ଓ ସିକ୍ୟୁରିଟି ଡିପୋଜିଟ୍ ପ୍ରତ୍ୟାହାର ଦାବି

NEWS7
80-kg-ganjei-seized-from-two-car-in-athagarh

କଟକ ୨୯/୧୨: ଟାଟା ପାୱାର କଂପାନୀର ସୁରକ୍ଷା ଜମା ବା ସିକ୍ୟୁରିଟି ଡିପୋଜିଟ୍‌ ଓ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ତୀବ୍ର ବିରୋଧ । ସୋମବାର କଟକ ନଗର କଂଗ୍ରେସ ବିକ୍ଷୋକ୍ଷ ପ୍ରଦର୍ଶନ କରିଛି  । ରାଣୀହାଟ ଟାଟା ପାୱାର ଅଫିସ ଆଗରେ ନଗର କଂଗ୍ରେସ କର୍ମୀ ଓ ପଦାଧିକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଷ୍ପତ୍ତି ଅଗଣତାନ୍ତ୍ରିକ କହି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ସାଧାରଣ ଲୋକଙ୍କ ଠାରୁ ଟାଟା ପାୱାରର ଏଭଳି ଜୋର ଜବରଦସ୍ତ ଅର୍ଥ ଆଦାୟ ବ୍ୟବସ୍ଥା ସଂପର୍କରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ । ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ରାଜ୍ୟରେ ବଡ ଜନ ଆନ୍ଦୋଳନକୁ ଜନ୍ମ ଦେବ ବୋଲି କହିଛି କଂଗ୍ରେସ  ।