LIVE TV

ଆଗାମୀ ବର୍ଷକ ମଧ୍ୟରେ ବଦଳିବ ଗାଁ ଲୋକଙ୍କ ଭାଗ୍ୟ: ୭୩% ଲୋକଙ୍କ ଆୟରେ ବୃଦ୍ଧି ଘଟିବ

NEWS7
72 percent rural households expect income growth in one year

ନୂଆଦିଲ୍ଲୀ: ଗ୍ରାମୀଣ କ୍ଷେତ୍ରରେ ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରୁଛି। ଗାଁ ଲୋକଙ୍କ ଭିତରେ ବେରୋଜଗାରୀ ହାର ଅପେକ୍ଷାକୃତ କମି ଚାଲିଛି। ଲୋକଙ୍କ ଆୟରେ ସ୍ଥିରତା ରହିଛି ସତ, ହେଲେ ପୂର୍ବଭଳି ସେତେଟା ହ୍ରାସ ଦେଖିବାକୁ ମିଳୁ ନାହିଁ। ତେଣୁ ଲୋକଙ୍କ ମନରେ ଉତ୍ସାହ ବି ବଢୁଛି। ସର୍ଭେ ରିପୋର୍ଟ କହୁଛି, ଆସନ୍ତା ବର୍ଷକ ଭିତରେ ୭୩%ରୁ ଅଧିକ ଗ୍ରାମୀଣ ପରିବାରର ଆୟ ବଢ଼ିବା ନେଇ ସେମାନେ ଆଶାବାଦୀ ଅଛନ୍ତି।

ଭିଓ()  ନ୍ୟାସନାଲ ବ୍ୟାଙ୍କ ଫର୍ ଏଗ୍ରିକଲଚର ଆଣ୍ଡ୍ ରୁରାଲ ଡେଭଲପମେଣ୍ଟ ବା ନାବାର୍ଡ ଦ୍ୱାରା ସେପ୍ଟେମ୍ବର ୨୦୨୫ରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ତଥ୍ୟ ଜାରି ହୋଇଛି। ଏଥିରେ ଜଣାପଡିଛି ଯେ ୭୩% ରୁ ଅଧିକ ଗ୍ରାମୀଣ ପରିବାର ଆଗାମୀ ବର୍ଷରେ ସେମାନଙ୍କର ଆୟ ବୃଦ୍ଧି ପାଇବାର ଆଶା ରଖିଛନ୍ତି। ବର୍ଷ ପୂର୍ବେ ମଧ୍ୟ ୭୦% ରୁ ଅଧିକ ଗ୍ରାମୀଣ ପରିବାର ସେମାନଙ୍କର ଆୟ ବୃଦ୍ଧି ଆଶା କରିଥିଲେ। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଗ୍ରାମାଞ୍ଚଳରେ ଆର୍ଥିକ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି ଏବଂ ସାଧାରଣ ଲୋକଙ୍କ ବିଶ୍ୱାସ ମଜଭୁତ ହେଉଛି।

ସର୍ଭେ ଅନୁସାରେ, ଆୟ ହ୍ରାସ ହୋଇଥିବା ଗ୍ରାମୀଣ ପରିବାର ସଂଖ୍ୟା ବର୍ଷକ ମଧ୍ୟରେ କମିଛି। ସେପ୍ଟେମ୍ବର ୨୦୨୫ରେ, କେବଳ ୧୮% ପରିବାରଙ୍କ ଆୟ ହ୍ରାସ ପାଇଛି ଗତ ବର୍ଷ ଏହା ପ୍ରାୟ ୨୪% ଥିଲା। ଏହାର ଅର୍ଥ ହେଉଛି ଗ୍ରାମାଞ୍ଚଳରେ ଆୟ ହ୍ରାସର ସମସ୍ୟା ଧୀରେ ଧୀରେ କମୁଛି। ଏହା ବ୍ୟତୀତ, ପ୍ରାୟ ୪୪.% ପରିବାର ଆୟ ସ୍ଥିର ରହିଛି ବୋଲି ସର୍ଭେରେ ଜଣାପଡ଼ିଛି।

ଗ୍ରାମାଞ୍ଚଳରେ ଲୋକଙ୍କ ଖର୍ଚ୍ଚରେ ବୃଦ୍ଧି ଦେଖିବାକୁ ମିଳିଛି। ସର୍ଭେ ଅନୁଯାୟୀ, ଗ୍ରାମାଞ୍ଚଳର ୭୬% ରୁ ଅଧିକ ପରିବାର ସେମାନଙ୍କର ଦୈନିକ ଖର୍ଚ୍ଚରେ ବୃଦ୍ଧି ପାଇଥିବା କହିଛନ୍ତି। ଏହାର ଅର୍ଥ ହେଉଛି ଆୟ ସହିତ ଖର୍ଚ୍ଚ ବି ତାଳ ଦେଇ ବଢ଼ୁଛି। ଯାହା ଗ୍ରାମାଞ୍ଚଳ ଅର୍ଥନୀତି ପାଇଁ ଏକ ସକାରାତ୍ମକ ସଙ୍କେତ। ତଥାପି କଞ୍ଜପସନର ଗତି ସାମାନ୍ୟ ହ୍ରାସ ପାଇଛି। ତେବେ ବନ୍ୟା ଏବଂ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କଞ୍ଜପସନ ହାର କମିଥାଇପାରେ ବୋଲି ସର୍ଭେରେ କୁହାଯାଇଛି।

କେବଳ ଲୋକେ ଖର୍ଚ୍ଚ କରୁଛନ୍ତି ତାହା ନୁହେଁ, ସଞ୍ଚୟ କରୁଥିବା ପରିବାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳର ଲୋକମାନେ ସେମାନଙ୍କର ଆୟକୁ ମାପିଚୁପି ବୁଦ୍ଧିର ସହ ଖର୍ଚ୍ଚ କରୁଛନ୍ତି ଏବଂ ଭବିଷ୍ୟତ ପାଇଁ ସଞ୍ଚୟ କରୁଛନ୍ତି। ତେଣୁ ଋଣକାରୀ ପରିବାର ସଂଖ୍ୟା ହ୍ରାସ ପାଇଛି। ଯେଉଁଥିରେ ଗ୍ରାମାଞ୍ଚଳର ଆର୍ଥିକ ଅବସ୍ଥାରେ ଉନ୍ନତି ପାଇଁ ଆଶାକୁ ମଜଭୁତ ହୋଇଛି।

ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ଗ୍ରାମାଞ୍ଚଳର ଅଧିକାଂଶ ପରିବାର (ପ୍ରାୟ ୫୫%) ଏବେ କେବଳ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ଆନୁଷ୍ଠାନିକ ପ୍ରତିଷ୍ଠାନରୁ ଋଣ ନେଉଛନ୍ତି। ଯେତେବେଳେ ୨୨% ପରିବାର ଏବେ ବି ବନ୍ଧୁ କିମ୍ବା ଜମିଦାର ଭଳି ଅନୌପଚାରିକ ଉତ୍ସରୁ ଋଣ ନେଉଛନ୍ତି। ଅନୌପଚାରିକ ଋଣର ସୁଧ ହାର ପ୍ରାୟ ୧୭-୧୮%, ଯାହା ବହୁତ ଅଧିକ ଏବଂ ଗରିବ ପରିବାର ପାଇଁ ବୋଝ ହୋଇପାରେ।

ଗ୍ରାମାଞ୍ଚଳର ତିନି-ଚତୁର୍ଥାଂଶରୁ ଅଧିକ ପରିବାରଙ୍କର ବିଶ୍ୱାସ ଯେ ଗତ ବର୍ଷକ ମଧ୍ୟରେ ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି ହୋଇଛି। ରାସ୍ତା, ବିଦ୍ୟୁତ୍, ପାଣି ଏବଂ ଅନ୍ୟାନ୍ୟ ସୁବିଧାରେ ଉନ୍ନତିକୁ ହୋଇଛି। ଯାହା ଗ୍ରାମାଞ୍ଚଳ ଜୀବନକୁ ଆହୁରି ସହଜ ବନେଇ ଦେଇଛି।

ଏହା ବାଦ୍ କେନ୍ଦ୍ର ଏବଂ ରାଜ୍ୟ ସରକାର ଗ୍ରାମୀଣ ଲୋକଙ୍କୁ ସହଯୋଗ କରିବା ପାଇଁ ଅନେକ ଯୋଜନା ଚଳାଉଛନ୍ତି। ଯେଉଁଥିରେ ମାଗଣା କିମ୍ବା ସବସିଡିଯୁକ୍ତ ଖାଦ୍ୟ, ପାଣି, ବିଦ୍ୟୁତ୍, ଗ୍ୟାସ୍, ଶିକ୍ଷା ସାମଗ୍ରୀ ଏବଂ ପେନସନ୍ ସୁବିଧା ରହୁଛି।ଏହି ସରକାରୀ ସହାୟତା କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମୀଣ ପରିବାରଗୁଡ଼ିକୁ ସେମାନଙ୍କର ଆୟ ଏବଂ ଖର୍ଚ୍ଚ ସନ୍ତୁଳିତ କରିବାରେ ସାହାଯ୍ୟ କରୁଛି ବୋଲି ସର୍ଭେରେ ଜଣାପଡ଼ିଛି।