ଜେଜେ ହେଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂବ ଚୌହାନ, ଘରକୁ ଆସିଲେ କନ୍ୟା ରତ୍ନ

NEWS7
7-injured-in-truck-bus-accident-in-jaleswar

ନୂଆଦିଲ୍ଲୀ ୨୧।୧: କେନ୍ଦ୍ର କୃଷିମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଘରକୁ ଖୁସି ଆସିଛି। ଏବେ ଶିବ ରାଜ ଜେଜେ ହୋଇଯାଇଛନ୍ତି। କାରଣ ତାଙ୍କ ଘରେ ଏକ କୁନି ଝିଅ ଜନ୍ମ ହୋଇଛି। ଏହି ଖିୁସି ସମ୍ପର୍କରେ ନିଜେ ଶିବରାଜ ତାଙ୍କ ସୋସିଆଲ ମଡିଆ ଏକ୍ସ ରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଓ କହିଛନ୍ତି ତାଙ୍କ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଛି।

ଶିବରାଜ ସିଂହଙ୍କ ପୁଅ କାର୍ତ୍ତିକ ଆଜି ପିତା ହୋଇଛନ୍ତି ଓ ତାଙ୍କ ପତ୍ନୀ ଅମାନତ ମା ହୋଇଛନ୍ତି। ଏହି କୁନି ଝିଅର ଆଗମନ ସହିତ ଶିବରାଜଙ୍କ ପତ୍ନୀ ଜେଜେମା ହୋଇଥିବା ଓ ଶିବରାଜ ନିଜେ ଜେଜେ ହୋଇଥିବା ଘୋଷଣା କରିଛନ୍ତି। ସେହିପରି ତାଙ୍କର କନିଷ୍ଠ ପୁତ୍ର କୁନାଲ ଓ ପୁତ୍ରବଧୁ ଋଚି କାକା ଓ କାକି ହୋଇଥିବା ଶିବରାଜ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ଶିବରାଜଙ୍କ ସମୁଦୀ ଅନୁପମ ଜୀ ଅଜା ଓ ତାଙ୍କ ପତ୍ନୀ ଋଚିତା ଜୀ ଆଈ ହୋଇଥିବା ବେଳେ ଆର୍ୟନ ମାମୁଁ ହୋଇଥିବା ଶିବରାଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଶିବରାଜ ଲେଖିଛନ୍ତି ଯେ ୨୦୨୫ରେ ତାଙ୍କ ଘରକୁ ଦୁଇଟି ଝିଅ ଆସିଥିଲେ ଅମାନତ ଓ ଋଚି। ୨୦୨୬ରେ ପୁଣି ଥରେ ଘରକୁ କନ୍ୟାସନ୍ତାନ ରୂପେ ଇଲାଙ୍କ ଆଗମନ ହୋଇଛି। ଲକ୍ଷ୍ମୀଙ୍କୁ ଆମେ ସ୍ୱାଗତ କରୁଥିବା ସପତ୍ନୀକ ଶିବରାଜ ଘୋଷଣା କରିଛନ୍ତି।