ନୂଆଦିଲ୍ଲୀ ୧୨/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି । ମନର କଥା କହିଲେ ୫ ବର୍ଷର ଶିଶୁ । ଭାଇରାଲ୍ ହେଉଛି ହାତଲେଖା ଚିଠି । ଯେଉଁଥିରେ ଉଲ୍ଲେଖ ରହିଛି ବେଙ୍ଗାଲୁରୁର ଭିତ୍ତିଭୂମି ସମସ୍ୟା । ସୋସିଆଲ ମିଡିଆରେ ଭାଇରାଲ ହୋଇଛି କୁନି ପିଲାର ଚିଠି । ଚିଠି ଜରିଆରେ ପାଞ୍ଚ ବର୍ଷର ଶିଶୁଟି ଲୋଡିଛି ପ୍ରଧାନମନ୍ତ୍ରୀଙ୍କଠାରୁ ଲୋଡିଛି ସାହାଯ୍ୟ ।
କହିବାକୁ ଗଲେ ମୋଦି ଗତ ୧୦ ତାରିଖ (ରବିବାର) ନମ୍ମା ମେଟ୍ରୋର ୟେଲୋ ଲାଇନ୍ ଉଦ୍ଘାଟନ ପାଇଁ ବେଙ୍ଗାଲୁରୁ ପହଞ୍ଚିଥିଲେ । ଝିଅର ବାପା ବେଙ୍ଗାଲୁରୁ ବାସିନ୍ଦା ଅଭିରୂପ ଚାଟାର୍ଜୀ ସୋସିଆଲ ମିଡିଆରେ ଚିଠିକୁ ଶେୟାର କରିଛନ୍ତି । ଏଥିସହ କ୍ୟାପ୍ସନ ଲେଖିଛନ୍ତି ‘ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଗସ୍ତରେ ଅଛନ୍ତି । ସହରର ଟ୍ରାଫିକ୍ ସମସ୍ୟାର ସମାଧାନ ଲାଗି ମୋର ୫ ବର୍ଷୀୟା ଝିଅ ଏହାକୁ ସୁଯୋଗ ଭାବେ ଦେଖିଲା । ସେ ଶେୟାର କରିଥିବା ଛୋଟ ଚିଠିରେ ବେଙ୍ଗାଲୁରୁର ପ୍ରମୁଖ ସମସ୍ୟା ଉଲ୍ଲେଖ ହୋଇଛି ।
ଝିଅ ଚିଠି ଲେଖିଛନ୍ତି ‘ନରେନ୍ଦ୍ର ମୋଦି ଜୀ, ଏଠି ବହୁତ ଟ୍ରାଫିକ୍ । ସ୍କୁଲ ଓ ଅଫିସ୍ ପାଇଁ ଆମର ବିଳମ୍ବ ହେଉଛି । ରାସ୍ତା ବହୁତ ଖରାପ । ଦୟାକରି ସାହାଯ୍ୟ କରନ୍ତୁ । ଚିଠି ଶେୟାର ହେବା ମାତ୍ରେ ଏତେ ଭାଇରାଲ ହେଲା ଯେ ୫.୫ ଲକ୍ଷରୁ ଅଧିକ ୟୁଜର୍ ଏହାକୁ ଦେଖିସାରିଲେଣି । ସୋସିଆଲ ମିଡିଆ ୟୁଜର୍ କୁନି ଝିଅର ସମସ୍ୟା ଆକଳନକୁ ସମର୍ଥନ କରିଛନ୍ତି । ମୋଦି ଝିଅର ଇଚ୍ଛା ପୂରଣ କରିବେ ବୋଲି ଲୋକେ ଆଶା କରିଛନ୍ତି ।
ପୂର୍ବରୁ ବି ୨୦୨୩ରେ ଜଣେ ୧୩ ବର୍ଷୀୟା ଝିଅ ମୋଦିଙ୍କୁ ଏକ ଚିଠି ଲେଖିଥିଲେ । ଲୋକଙ୍କ ପାଇଁ ସ୍ୱଚ୍ଛ ବାୟୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ସେ ଚିଠିରେ ଅନୁରୋଧ କରିଥିଲେ । ଆସ୍ମି ସାପ୍ରେ ଆସ୍ଥମା ଓ ଡଷ୍ଟ୍ ଆଲର୍ଜିରେ ପୀଡ଼ିତ । ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ଏବଂ ତାଙ୍କ ଭଳି ଲକ୍ଷ ଲକ୍ଷ ପିଲାଙ୍କ ଉପରେ ଏହାର ପ୍ରଭାବକୁ ନେଇ ଚିନ୍ତା ବ୍ୟକ୍ତି କରି ସେ ଚିଠି ମାଧ୍ୟମରେ ସ୍ୱର ଉଠାଇଥିଲେ ।