Chaitra Navratri: ଚୈତ୍ର ନବରାତ୍ରିରେ ଦାନ କରନ୍ତୁ ଏହି ଜିନିଷ, ମିଳିବ ମା’ ଦୁର୍ଗାଙ୍କ ଆଶୀର୍ବାଦ

NEWS7
5-thaka-giraf

ନୂଆଦିଲ୍ଲୀ: ଚୈତ୍ର ନବରାତ୍ରିର ମାହାତ୍ମ୍ୟ ଖୁବ୍ ସ୍ବତନ୍ତ୍ର । ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦାରୁ ଆରମ୍ଭ ହେଉଥିବା ପବିତ୍ର ତିଥିରୁ ମା’ ଦୁର୍ଗାଙ୍କର ଆବାହନ କରାଯାଇଥାଏ। ବିଶ୍ବାସ ରହିଛି ଏହି ସମୟରେ ମା’ ଦୁର୍ଗା ପାଲିଙ୍କିରେ ବସି ଧରାପୃଷ୍ଠକୁ ଆସିଥାନ୍ତି ଏବଂ ହାତୀ ଉପରେ ବସି ବିଦାୟ ନେଇଥାନ୍ତି। ନବରାତ୍ରି ମା’ ଦୁର୍ଗାଙ୍କ କୃପା ପ୍ରାପ୍ତ କରିବାର ଏକ ବିଶେଷ ଅବସର।

ଚଳିତ ବର୍ଷ ଚୈତ୍ର ନବରାତ୍ରି ମାର୍ଚ୍ଚ ୧୯ରୁ ୨୭ ଯାଏ ପାଳନ ହେବ। ନବରାତ୍ରିରେ ଭକ୍ତ ମା’ ଦୁର୍ଗାଙ୍କ ୯ ରୂପ ପୂଜା କରିବା ସହ ବ୍ରତ କରିଥାନ୍ତି। ନବରାତ୍ରିରେ ପୂଜା- ପାଠ ଏବଂ ବ୍ରତ ସହ କିଛି ବିଶେଷ ଉପାୟ କରାଯାଇଥାଏ। ଯେଉଁଥିରୁ ଗୋଟିଏ ହେଉଛି ଦାନ। ଶାସ୍ତ୍ରରେ ଦାନକୁ ଦରିଦ୍ରତା ଦୂର କରିବାର ସବୁଠୁ ବଡ଼ ମହା ଉପାୟ ବୋଲି ବଶ୍ବାସ ରହିଛି। ତେଣୁ ବିଶ୍ବାସ ରହିଛି ନବରାତ୍ରି ସମୟରେ କିଛି ଏଭଳି ଜିନିଷ ଦାନ କରିବା ଦ୍ବାରା ଅନେକ ଶୁଭ ଫଳ ମିଳିଥାଏ।

ନବରାତ୍ରିରେ ଏହି ଜିନିଷର କରନ୍ତୁ ଦାନ

  • ନବରାତ୍ରିରେ କନ୍ୟାଙ୍କୁ ଭୋଜନ ସହ ଖାତା, ପେନ, ପୁସ୍ତକ କିମ୍ବା ଶିକ୍ଷା ସହ ଜଡ଼ିତ ଅନ୍ୟ ସାମଗ୍ରୀ ଦାନ କରୁନ୍ତୁ। ଛୋଟ ଝିଅମାନେ ମା’ ଦୁର୍ଗାଙ୍କ ରୂପ ବୋଲି ବିଶ୍ବାସ ରହିଛି।
  • ନବରାତ୍ରିରେ ଫଳ ଦାନ କରନ୍ତୁ। ବିଶେଷ କରି କଦଳୀ ଦାନ କରିବା ଦ୍ବାରା ଘରେ ଉନ୍ନତି ହୋଇଥାଏ। ଆର୍ଥିକ ସଙ୍କଟ ଦୂର ହୋଇଥାଏ ଏବଂ ଖୁସି ଆସିଥାଏ।
  • ନବରାତ୍ରିର କୌଣସି ଦିନ ଚାଉଳ, ଅଟା, ଚିନି କିମ୍ବା କୌଣସି ଧଳା ମିଠା ଦାନ କରନ୍ତୁ। ଏମିତି କରିବା ଦ୍ବାରା ଘରେ ଦରିଦ୍ରତା ସବୁଦିନ ପାଇଁ ଦୂର ହୋଇଥାଏ।

ବି.ଦ୍ର: ଦିଆଯାଇଥିବା ସୂଚନା ଧାର୍ମିକ ମାନ୍ୟତା ଏବଂ ଲୋକକଥା ଉପରେ ଆଧାରିତ। ପ୍ରମେୟ ନ୍ୟୁଜ ସେଭେନ ଏହାର ସତ୍ୟତା ଉପରେ କୌଣସି ଦାବି କରୁନାହିଁ।