ଯୁଦ୍ଧ ଯୋଗୁ ଅଶାନ୍ତ ପଶ୍ଚିମ ଏସିଆ: ବିପଦରେ ଭାରତର ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ଇଲେକ୍ଟ୍ରୋନିକ୍ସ ବାଣିଜ୍ୟ

NEWS7
448-new-corona-case-in-odisha

ନୂଆଦିଲ୍ଲୀଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ବଢ଼ୁଥିବା ଉତ୍ତେଜନା ଭାରତର ମୋବାଇଲ୍ ଇଲେକ୍ଟ୍ରୋନିକ୍ସ ରପ୍ତାନି ଉପରେ ନକାରାତ୍ମକ ପ୍ରଭାବ ପକାଇବା ନେଇ ଆସଙ୍କା ବୃଦ୍ଧି ପାଇଛି। ଇଲେକ୍ଟ୍ରୋନିକ୍ସ ଶିଳ୍ପ ସଂଗଠନଗୁଡ଼ିକ ସମ୍ପ୍ରତି ଚେତାବନୀ ଦେଇଛନ୍ତି ଯେ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଭାରତର ୪୪ ଅରବ ଡଲାର (ପ୍ରାୟ ୪ ଲକ୍ଷ କୋଟି ଟଙ୍କା) ଇଲେକ୍ଟ୍ରୋନିକ୍ସ ରପ୍ତାନିକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ। ଏହା ଲଜିଷ୍ଟିକ୍ସ ଏବଂ ଉତ୍ପାଦନ ଖର୍ଚ୍ଚକୁ ମଧ୍ୟ ଯଥେଷ୍ଟ ବୃଦ୍ଧି କରିବ। କାରଣ ବଢ଼ୁଥିବା ଉତ୍ତେଜନା ଯୋଗୁ ବିମାନ ଯାତାୟତ ଏବଂ ବାଣିଜ୍ୟ ମାର୍ଗରେ ଅସ୍ଥିରତା ବଢ଼ିବାର ବିପଦ ଦେଖା ଦେଇଛି। ଏନେଇ ବିଜନେସ ଷ୍ଟାଣ୍ଡାର୍ଡରେ ଖବର ପ୍ରକାଶ ପାଇଛି। 

ଇଲେକ୍ଟ୍ରୋନିକ୍ ରପ୍ତାନି ବିଶ୍ୱ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇପାରେ

ICEA (ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ) ସଭାପତି ପଙ୍କଜ ମହେନ୍ଦ୍ରୁ କହିଛନ୍ତି ଯେ ଭାରତର ଇଲେକ୍ଟ୍ରୋନିକ୍ସ ରପ୍ତାନି ବିଶ୍ୱ ଯୋଗାଣ ଶୃଙ୍ଖଳ ସହିତ ଜଡିତ ରହିଛି। ଏବଂ ଅଧିକାଂଶ ସାମଗ୍ରୀ କାର୍ଗୋ ବିମାନ ଦ୍ୱାରା ରପ୍ତାନୀ କରଯାଉଛି। ମଧ୍ୟପ୍ରାଚ୍ୟରେ ପ୍ରମୁଖ ବିମାନ ଏବଂ ଆଞ୍ଚଳିକ ବାଣିଜ୍ୟ ମାର୍ଗରେ କୌଣସି ପ୍ରକାରର ବାଧା ସୃଷ୍ଟି ହେଲେ ଅସ୍ଥାୟୀ ପରିବହନ ସମସ୍ୟା ସୃଷ୍ଟି ହୋଇପାରେ। ଯଦି ଏହି ସମସ୍ୟା ଦୀର୍ଘ ସମୟ ପାଇଁ ଜାରି ରହେ, ତେବେ ରପ୍ତାନି ବିଳମ୍ବିତ ହୋଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଭାରତର ବୃଦ୍ଧି ପାଉଥିବା ଭୂମିକାକୁ ମଧ୍ୟପ୍ରାଚ୍ୟ ବଜାରଗୁଡ଼ିକରୁ ସମର୍ଥନ ମିଳୁଛି। ଯଦି ଏହି ସମୟରେ ସମସ୍ୟା ସୃଷ୍ଟି ହେବ ତେବେ ଇଣ୍ଡଷ୍ଟ୍ରୀ ପାଇଁ ଏହା ବଡ଼ ବିପଦ।

ପଢ଼ନ୍ତୁ- ଇରାନ ଯୁଦ୍ଧ ଯୋଗୁ ବନ୍ଦରରେ ଫସିଛି ୪ ଲକ୍ଷ ମେଟ୍ରିକ ଟନ୍ ଭାରତୀୟ ବାସୁମତୀ ଚାଉଳ, ରପ୍ତାନୀ ଉପରେ ପଡ଼ିପାରେ ବଡ଼ ପ୍ରଭାବ

ଭାରତର ଗ୍ଲୋବାଲ ଇଲେକ୍ଟ୍ରୋନିକ୍ସର ଏକ୍ସପୋର୍ଟ ମାର୍କେଟ୍

୨୦୨୫ ମସିହାରେ ଭାରତର ଇଲେକ୍ଟ୍ରୋନିକ୍ସ ରପ୍ତାନି ₹୪ ଲକ୍ଷ କୋଟି ଟଙ୍କା ($୪୪ ଆରବ ଡଲାର) ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷ ଚାରୋଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ଆରମ୍ଭ ହେବା ସହିତ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି। ସ୍ମାର୍ଟଫୋନ୍ ଭାରତର ସର୍ବବୃହତ ରପ୍ତାନି ଉତ୍ପାଦ ପାଲଟିଛି, ୨୦୨୫ ମସିହାରେ ମୋଟ ବିଦେଶ ବିକ୍ରୟ ୩୦ ଆରବ ଡଲାର ବା ₹୨.୭୪ଲକ୍ଷ କୋଟି ପହଞ୍ଚିବ ବୋଲି ଆଶା କରାଯାଉଛି।

ସାମ୍ପ୍ରତିକ ବର୍ଷଗୁଡ଼ିକରେ, ମଧ୍ୟପ୍ରାଚ୍ୟ ଭାରତୀୟ ଇଲେକ୍ଟ୍ରୋନିକ୍ ଉତ୍ପାଦ ପାଇଁ ଏକ ପ୍ରମୁଖ ବଜାର ପାଲଟିଛି। ମୋବାଇଲ୍ ଫୋନ୍, ଟିଭି ଏବଂ ରେଫ୍ରିଜରେଟର ଏବଂ ଏହାର ପାର୍ଟ ଭଳି କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଚାହିଦା ସେଠାରେ ବିଶେଷ ଭାବରେ ଅଧିକ। ୟୁଏଇ, ସାଉଦି ଆରବ ଏବଂ ଇସ୍ରାଏଲ ହେଉଛି ଭାରତର ମୁଖ୍ୟ ଆମଦାନୀକାରି ଦେଶ। ତେଣୁ ଯଦି ଯୁଦ୍ଧ ନ ଥମିଲା, ଭାରତର ଇଲେକ୍ଟ୍ରୋନିକ୍ସ ଶିଳ୍ପ କେତେ ଗମ୍ଭୀର ଭାବରେ ପ୍ରଭାବିତ ହେବ ତାହା ସ୍ପଷ୍ଟ ଅନୁମେୟ।