ଭୁବନେଶ୍ବର ୨୭/୧୧: ବୁର୍ଲା ଭୀମସାର୍ରୁ ଚୋରି ହୋଇଥିବା ନବଜାତକ ମିଳିନି । ଏଠି ରାଜଧାନୀରେ ଚାଞ୍ଚଲ୍ୟ । ପିଲା ବିକ୍ରି ଅଭିଯୋଗ ସାମ୍ନାକୁ ଆସିଛି । ୪ ବର୍ଷର ଶିଶୁ କନ୍ୟାକୁ ୪୦ ହଜାରରେ ବିକିଦେଲେ । ଶିଶୁ କନ୍ୟାକୁ ଉଦ୍ଧାର କରି ଛାନ୍ଭିନ୍ ଚଳାଇଛି ପୋଲିସ । ବଡଗଡ ଥାନା ଅଧୀନ ସୁଶାନ୍ତି ବିହାରୀ ଅଞ୍ଚଳର ଦଂପତ୍ତି । ଦିନ ମଜୁରିଆ ଭାବରେ କାମ କରନ୍ତି । ତେବେ ଅର୍ଥ ଅଭାବରୁ ୪ ବର୍ଷର ଝିଅକୁ ପିପିଲି ଅଞ୍ଚଳର ଦଂପତ୍ତିକୁ ବିକ୍ରି କରିଦେଇଥିଲେ । ପିଲା କିଣିଥିବା ଦଂପତ୍ତିଙ୍କର ଅନେକ ବର୍ଷ ଧରି ସନ୍ତାନ ହେଉନଥିଲା । ମଧ୍ୟସ୍ଥିଙ୍କ ଜରିଆରେ ଏହି କାରବାର ହୋଇଥିବା ଜଣାପଡିଛି । ଘଟଣା ଜଣାପଡିବା ପରେ ବଡଗଡ ଥାନା ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରିଛି । ୨ ଦଂପତ୍ତିଙ୍କ ସହ ୨ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।
କଂଗ୍ରେସ ସାଂସଦଙ୍କ ଚେୟାର ତଳୁ ମିଳିଲା ବିଡ଼ା ବିଡ଼ା...