News7 Logo

ନାଇଜେରିଆରେ ନଦୀ ମଝିରେ ଡଙ୍ଗା ବୁଡି ୩୧ ମୃତ; ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

NEWS7

ନୂଆଦିଲ୍ଲୀ ୦୪।୦୯; ଉତ୍ତର-ମଧ୍ୟ ନାଇଜେରିଆରେ ଡଙ୍ଗା ଦୁର୍ଘଟଣା ଘଟିଛି। ନଦୀରେ ଡଙ୍ଗାଟି ଏକ ଗଛ ଡାଳ ସହିତ ଧକ୍କା ହେବା ପରେ ଗଭୀର ପାଣିରେ ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ଯେତେବେଳେ କି ଅନେକ ଲୋକ ନିଖୋଜ ଅଛନ୍ତି ବୋଲି ଜଣାପଡିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏନେଇ ବୁଧବାର ଦିନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଉଦ୍ଧାର କାର୍ଯ୍ୟ ଜାରି

ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥାର ଅଧିକାରୀ କହିଛନ୍ତି ଯେ ନାଇଜେରିଆ ରାଜ୍ୟର ବୋରଗୁ ଅଞ୍ଚଳରେ ଏହି ଯାତ୍ରୀଭର୍ତ୍ତି ଡଙ୍ଗା ଏକ ଗଛ ସହିତ ଧକ୍କା ହୋଇଥିଲା। ଡଙ୍ଗାରେ ପ୍ରାୟ ୯୦ ଜଣ ଥିଲେ। ଏପର୍ଯ୍ୟନ୍ତ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି, କିନ୍ତୁ ନିଖୋଜ ଲୋକଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଦୁର୍ଘଟଣା କାରଣ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି।

ଦୁର୍ଘଟଣାର କାରଣ କ’ଣ ଥିଲା?

ବର୍ଷା ଋତୁରେ ନାଇଜେରିଆର ଦୂରଦୂରାନ୍ତ ଅଞ୍ଚଳରେ ଡଙ୍ଗା ଦୁର୍ଘଟଣା ସାଧାରଣ। ଏହି ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଭାର, ଖରାପ ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ବ୍ୟବସ୍ଥାର ଅଭାବ। ବିଶ୍ଳେଷକମାନେ କହିଛନ୍ତି ଯେ ଏହି ଡଙ୍ଗା ଗୁଡ଼ିକ ମଧ୍ୟରୁ ଅନେକ ଲାଇଫ୍ ଜ୍ୟାକେଟ୍ ବିନା ଚାଲିଥାଏ। ଗତ ମାସରେ, ଦେଶର ଉତ୍ତର-ପଶ୍ଚିମ ସୋକୋଟୋ ରାଜ୍ୟରେ ଏକ ଡଙ୍ଗା ବୁଡ଼ିଯିବାରୁ ୨୫ ଜଣ ନିଖୋଜ ହୋଇଯାଇଥିଲେ।