ଭୁବନେଶ୍ବର: ବଢ଼ିବ ଭୁବନେଶ୍ବର ମହାନଗର ନିଗମର ପରିସର। ଭୁବନେଶ୍ବର ସହ ସଂଲଗ୍ନ କିଛି ପଞ୍ଚାୟତର ବସିବେ ବିଏମସି ଅଧୀନକୁ। ତା’ସହ ବିଏମସିର ତିନି ଓ୍ବାର୍ଡକୁ କରାଯିବ ବିସ୍ତାର। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ଚଞ୍ଚଳ ରାଣା।

ସେ କହିଛନ୍ତି ବିଏମସିରେ ଭୁବନେଶ୍ବର ସଂଲଗ୍ନ ପଞ୍ଚାୟତର କିଛି ଗାଁ ମିଶିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଆସିଥିଲା। ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି। ଏନେଇ ବିଚାର ବିମର୍ଶ ଚାଲିଛି। ଏଥିପାଇଁ କିଛି ଗାଁ ସୋମନଙ୍କର ସମସ୍ତ ତଥ୍ୟ ମଧ୍ୟ ଭୁବନେଶ୍ୱର ମହାନଗର ନିଗମକୁ ପ୍ରଦାନ କରିଛନ୍ତି।

ତେବେ ବିଏମସିରେ କେତେ ଅଞ୍ଚଳ ଯୋଡ଼ିହେବ, ରକ୍ଷଣାବେକ୍ଷଣ ଓ ସର୍ଭିସ୍ ପାଇଁ କେତେ ଖର୍ଚ୍ଚ ହେବ ତାହାକୁ ନେଇ ଏକ ବୈଠକ ହେବ। ଏହି ଏକ୍ସଟେନସନ୍ ଯୋଗୁ ବାର୍ଷିକ କେତେ ଅଧିକ ଖର୍ଚ୍ଚ ହେବ ତାକୁ ନେଇ ଆଲୋଚନା ହେବ। ଏହାପରେ ଏମସି ପକ୍ଷରୁ ଏହି ସବୁ ତଥ୍ୟ ସରକାରଙ୍କୁ ଦିଆଯିବ, ତାହାପରେ ଯାଇ ଏକ୍ସଟେନସନ୍ ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ଚଞ୍ଚଳ ରାଣା।

ସେ ଆହୁରି କହିଛନ୍ତି, ଭୁବନେଶ୍ୱରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୩ ୱାର୍ଡକୁ ବିସ୍ତାର କରାଯିବ। ଏଥିପାଇଁ ୨୦୨୨ରେ ୩ ଜୋନକୁ ୬ ଜୋନ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ବିଏମସି । ଏହାକୁ ଅନୁମୋଦନ ମଧ୍ୟ ମିଳିଛି। ସମୟ ସୀମା ମଧ୍ୟରେ ଏଥିପାଇଁ ମାନବ ସମ୍ବଳ ବଢ଼ାଇବା ପାଇଁ ବ୍ୟବସ୍ଥା କରାଯାଉଛି । ସରକାରଙ୍କୁ ଏନେଇ ଅବଗତ କରାଯାଇଛି । ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ସେ ବିଏମସି କମିଶନର ।