ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ

Published By : Prameya-News7 Bureau | April 27, 2024 IST

ଅନୁଗଳ ୨୭/୦୪: ଅନୁଗୁଳ NH55 ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ 3 ବାଇକ ଆରୋହୀ ମୃତ। ମୃତକ ଦୁଇଜଣ ହେଲେ ଡେରେଜାଙ୍ଗ ଗାଁର ଅନ୍ୟ ଜଣେ ହେଲେ ମୂଷା ପାପୁଲି ଗାଁର ବୋଲି ଜଣା ପଡୁଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତାରୋକ ଆରମ୍ଭ କଲେଣି।

ସୂଚନା ଥାଉକି, ଅନୁଗୁଳ NH55 ପଞ୍ଚ ମହଲା ନିକଟରେ ବାଇକ ଆରୋହୀଙ୍କୁ ଧକ୍କା ଦେବା ପରେ ଟ୍ରକଟି ଗଛରେ ପିଟି ହୋଇଥିଲା I ମୃତକ ତିନିଜଣ ହେଉଛନ୍ତି ସ୍ଥାନୀୟ ଲୋକ। ଡେରେଜାଙ୍ଗ ଅଞ୍ଚଳର ରାଜେନ୍ଦ୍ର ପ୍ରଧାନ,ଛୋଟୁ ପ୍ରଧାନ ଏବଂ କୃପା ପ୍ରଧାନ ବୋଲି ଜଣା ପଡିଛନ୍ତି। 

ଅନୁଗୁଳ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଉତ୍ତେଜନା ଆରମ୍ଭ ହୋଇଛି । ଆଜି ଭୋରରୁ ଘଟିଛି ଦୁର୍ଘଟଣା I ଅନୁଗୁଳକୁ କୌଣସି କାମରେ ଆସି ନିଜ ଘର ଡେରେଜାଙ୍ଗକୁ ଫେରୁଥିଲେ ୩ ବାଇକ ଆରୋହୀ  I ଘଟଣାସ୍ଥାଳରୁ ଟ୍ରକ ଡ୍ରାଇଭର ଫେରାର I ପୋଲିସର ତଦନ୍ତ ଜାରି । 

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.