ଦର୍ଲିପାଲି ନିକଟରେ ସଡ଼କ ଦୁର୍ଘଟଣା, ଚାଲିଗଲା ୩ ଜୀବନ

Published By : Prameya-News7 Bureau | April 26, 2024 IST

ସୁନ୍ଦରଗଡ଼ ୨୬/୦୪: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ସୁନ୍ଦରଗଡ ଭସ୍ମା ଥାନା ଦର୍ଲିପାଲି ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । 

ସୂଚନା ଥାଉକି, ଭସ୍ମା ଥାନା ଦର୍ଲିପାଲି ନିକଟରେ ଥିବା ଏନଟିପିସି ପାୱାର ପ୍ଲାଣ୍ଟ ସାମ୍ନାରେ ବାଇକକୁ ଧକ୍କା ଦେଇଥିଲା ଟ୍ରକ । ଦୁର୍ଘଟଣାର ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏମାନେ ସମସ୍ତେ ବାଇକ ଆରୋହୀ । ସେପଟେ ଘଟଣା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଚେଦ ପାଇଁ ପଠାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.