LIVE TV

ASEAN ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି , ବିଶ୍ୱକୁ ଦେଲେ ସ୍ପଷ୍ଟ ବାର୍ତ୍ତା

NEWS7
PM Modi

ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମାଲେସିଆରେ ଅନୁଷ୍ଠିତ ଆସିଆନ-ଭାରତ ଶିଖର ସମ୍ମିଳନୀକୁ ଭର୍ଚୁଆଲ୍ ଭାବେ ସମ୍ଭୋଧିତ କରିଥିଲେ। ସେ କହିଥିଲେ ଯେ ୨୧ ଶତାବ୍ଦୀ ହେଉଛି ଭାରତ ଏବଂ ଆସିଆନର ଶତାବ୍ଦୀ। ଏହି ଅବସରରେ, ସେ ୪୭ ତମ ଆସିଆନ ଶିଖର ସମ୍ମିଳନୀକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ମାଲେସିଆ ଏବଂ ଏହାର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ଅଭିନନ୍ଦନ ଜଣାଇ ଥିଲେ, ଏହାସହ ଭାରତ ପାଇଁ ଦେଶ ସଂଯୋଜକ ଭାବରେ ଭୂମିକା ନିର୍ବାହ ପାଇଁ ଫିଲିପାଇନ୍ସର ପ୍ରଶଂସା କରିଥିଲେ। କୁଆଲାଲମ୍ପୁରରେ ୨୨ ତମ ଆସିଆନ-ଭାରତ ଶିଖର ସମ୍ମିଳନୀକୁ ଭର୍ଚୁଆଲ୍ ଭାବେ ସମ୍ବୋଧିକ କରି , ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ ଯେ, ୨୧ ଶତାବ୍ଦୀ ହେଉଛି ଆମର ଶତାବ୍ଦୀ, ଭାରତ  ଆସିଆନର ଶତାବ୍ଦୀ।

ଏହି ସମୟରେ ସେ ପୂର୍ବ ତିମୋରକୁ ଆସିଆନ ସମ୍ପ୍ରଦାୟର ୧୧ ତମ ସଦସ୍ୟ ଦେଶ ହେବା ପାଇଁ ସ୍ବାଗତ କରିଥିଲେ। ଏହା ବ୍ୟତୀତ ଥାଇଲ୍ୟାଣ୍ଡର ରାଜମାତା ସିରିକିଟଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଥିଲେସେ କହିଥିଲେ -ଭାରତ ଆସିଆନ ମିଳିତ ଭାବରେ ବିଶ୍ଵ ଜନସଂଖ୍ୟାର ଏକ-ଚତୁର୍ଥାଂଶ ପ୍ରତିନିଧିତ୍ବ କରନ୍ତି ଆମେ କେବଳ ଭୌଗୋଳିକ ଭାବରେ ଯୋଡ଼ି ହୋଇ ରହିନେ , ବରଂ ଦୃଢ଼ ଐତିହାସିକ ବନ୍ଧନ ଓ ସମାନ ମୂଲ୍ୟବୋଧ ଦ୍ବାରା ମଧ୍ୟ ପରସ୍ପର ସହିତ ସଂଯୁକ୍ତ ଅଛେ।

ନିଜର ସମ୍ୱୋଧନରେ ପ୍ରଧାନମନ୍ତ୍ରୀ ଏହି କଥା ଉପରେ ଜୋର ଦେଇଥିଲେ ଯେ, ଭାରତ  ଓ ଆସିଆନ ବୈଶ୍ୱିକ ଦକ୍ଷିଣର ସହଯୋଗୀ ତଥା ସ୍ଥିରତା , ବିକାଶ ଓ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ମିଳିତ ପ୍ରୟାସ କରୁଛନ୍ତି। ସେ କହିଛନ୍ତି ଯେ, ଅନିଶ୍ଚିତତାର ଏହି ସମୟରେ ମଧ୍ୟ, ଭାରତ-ଆସିଆନ ବ୍ୟାପକ ରଣନୀତିକ ପାର୍ଟନରସିପ୍‌ ସେୟାରିଂ ନିରନ୍ତର ପ୍ରଗତି ପ୍ରଦର୍ଶିତ କରୁଛନ୍ତି। ଏହା ଦୃଢ ପାର୍ଟନରସିପ୍‌ ବୈଶ୍ୱିକ ସ୍ଥିରତା ଓ ବିକାଶର ଏକ ପ୍ରମୁଖ ସ୍ତମ୍ଭ ପାଲଟୁଛ। ନିଜର ୬ ମିନିଟର ସମ୍ୱୋଧନରେ ପ୍ରଧାନମନ୍ତ୍ରୀ ମୋଦି ଆସିଆନର କେନ୍ଦ୍ରିୟତା ଓ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆସିଆନ ଦୃଷ୍ଟିକୋଣ ପ୍ରତି ଭାରତର ଅଟଳ ସମର୍ଥନ ସ୍ପଷ୍ଟ କରିଛନ୍ତି।

କହି ରଖୁଛୁ କି ବିଦେଶୀ ମନ୍ତ୍ରୀ ଏସ୍ ଜୟଶଙ୍କର ୨୭ ଅକ୍ଟୋବରରେ କୁଆଲାଲମ୍ପୁରରେ ୨୦ ତମ ପୂର୍ବ ଏସିଆ ଶିଖର ସମ୍ମିଳନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିନିଧିତ୍ୱ କରିବେ। ଏହି ଶିଖର ସମ୍ମିଳନୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି , ସ୍ଥିରତା ଓ ସମୃଦ୍ଧର ଚ୍ୟାଲେଞ୍ଜ ଉପରେ ଆଲୋତନା କରିବା ତଥା କ୍ଷେତ୍ରୀୟ –ଅନ୍ତର୍ଜାତୀୟ ବିକାଶ ଉପରେ ବିଚାରର ଆଦାନପ୍ରଦାନ କରିବାର ଗୁରୁତ୍ୱପୂର୍ଣ୍ଣ ମଞ୍ଚ।