୨୦୨୫ ମସିହାରେ ୧୯୪୧ର ପୁନରାବୃତ୍ତି, ଭାଇରାଲ ହେଉଛି ୮୪ ବର୍ଷ ପୁରୁଣା କ୍ୟାଲେଣ୍ଡର

Published By : Prameya-News7 Bureau | June 20, 2025 IST

ନୂଆଦିଲ୍ଲୀ ୨୦/୦୬: ୨୦୨୫ ମସିହାରେ ୧୯୪୧ର ପୁନରାବୃତ୍ତି । ଦୁର୍ଘଟଣା,ଦଳାଚକଟା ହେଉ ବା ଯୁଦ୍ଧ । ଅଘଟଣର ତାରିଖ ସମାନ, ମାସ ବି ସମାନ । ଭାଇରାଲ ହେଉଛି ୮୪ ବର୍ଷ ପୁରୁଣା କ୍ୟାଲେଣ୍ଡର । ବର୍ତ୍ତମାନ ବିଶ୍ୱ ଦେଖୁଛି ଇରାନ ଓ ଇସ୍ରାଏଲ ମଧ୍ୟରେ ଘମାଘୋଟ ଲଢେଇ । ଯୁଦ୍ଧ ଅତି ଭୟଙ୍କର ସ୍ଥିତିରେ ବୋଲି ଚର୍ଚ୍ଚା ହେଉଛି । 

କେତେବେଳେ କଣ ଘଟିବ କିଏ କହିବ । ଠିକ୍ ସେମିତି ୧୯୪୧ ମସିହାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଦେଇ ଗତି କରୁଥିଲା ବିଶ୍ୱ । ସେହି ବର୍ଷ ଆମେରିକାର ପର୍ଲ ହାର୍ବର ଉପରେ ଆକ୍ରମଣ କରିଥିଲା ଜାପାନ । କେବଳ ଏହି ଗୋଟିଏ ଘଟଣା ନୁହେଁ, ଅନେକ ଘଟଣାର ରହିଛି ସମାନତା । 

୨୦୨୫ର କ୍ୟାଲେଣ୍ଡର ୧୯୪୧ର କ୍ୟାଲେଣ୍ଡର ସହିତ ଠିକ୍ ମେଳ ଖାଉଛି। ସେହି ବର୍ଷ ଯେଉଁ ଦିନ ପଡ଼ିଥିଲା ତାହା ଏହି ବର୍ଷ ସମାନ। ଉଭୟ ମସିହାରେ ବର୍ଷ ଆରମ୍ଭ ହୋଇଥିଲା ବୁଧବାରରୁ । ଏମିତିକି ଉଭୟ ବର୍ଷରେ ଅଧିବର୍ଷ ବି ନଥିଲା । ୨୦୨୫ ଓ ୧୯୪୧ର କ୍ୟାଲେଣ୍ଡର ବି ସମ୍ପୂର୍ଣ୍ଣ ମେଳ ଖାଉଛି। ଉଭୟ ବର୍ଷର ପ୍ରତ୍ୟେକ ତାରିଖ ସପ୍ତାହର ସମାନ ଦିନରେ ପଡ଼ିଥାଏ । ଏହା ମାଟ୍ରିକ୍ସରେ ଥରକେ ଘଟିଥିବା କୌଣସି ତ୍ରୁଟି ନୁହେଁ। କାରଣ ଏହା ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ରହିଛି ।


୧୯୪୧ ମସିହା, ବିଶ୍ୱ ଇତିହାସର ଗୁରୁତ୍ୱପୂର୍ଣ୍ଣ ସମୟ । ମେ ୨୭ରେ ବ୍ରିଟିଶ ନୌସେନା ଫ୍ରାନ୍ସ ନିକଟବର୍ତ୍ତୀ ଉତ୍ତର ଆଟଲାଣ୍ଟିକରେ ବିସମାର୍କକୁ ବୁଡ଼ାଇ ଦେଇଥିଲା ଜର୍ମାନ ଯୁଦ୍ଧଜାହାଜ । ଘଟଣାରେ ଜର୍ମାନ ସୈନିକଙ୍କ ମୃତ୍ୟୁ ସଂଖ୍ୟା ଦୁଇ ହଜାରରୁ ଅଧିକ ଥିଲା। ଆଉ ସେହି ଆକ୍ରମଣକୁ ଅହମ୍ମଦାବାଦ ବିମାନ ଦୁର୍ଘଟଣା ସହିତ ଯୋଡାଯାଉଛି। ଏହା ବ୍ୟତୀତ, ୨୬ ଜୁଲାଇ ୧୯୪୧ ମସିହାରେ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ରୁଜଭେଲ୍ଟ ଫରାସୀ ଭାରତ-ଚୀନ ଉପରେ ଜାପାନୀ କବଜାର ପ୍ରତିଶୋଧ ସ୍ୱରୂପ ଆମେରିକାରେ ଥିବା ସମସ୍ତ ଜାପାନୀ ସମ୍ପତ୍ତି ଜବତ କରିଥିଲେ।

ଡିସେମ୍ବର ୭, ୧୯୪୧ ରେ, ପର୍ଲ ହାର୍ବର ଉପରେ ଅତର୍କିତ ସାମରିକ ଆକ୍ରମଣ କରିଥିଲା ଜାପାନ । ଯେଉଁଥିରେ ୨,୪୦୦ ରୁ ଅଧିକ ଆମେରିକୀୟଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଯୁଦ୍ଧରେ ଏଣ୍ଟ୍ରି ମାରିଥିଲା ଆମେରିକା । ଯାହା ଫଳରେ ସଂଘର୍ଷର ଗତିରେ ଯଥେଷ୍ଟ ପରିବର୍ତ୍ତନ ଆସିଥିଲା । 

ଅନୁମାନ କରାଯାଉଛି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୭୦-୮୫ ନିୟୁତରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ୟୁରୋପ, ଏସିଆ ଓ ଆଫ୍ରିକାରେ ବି ଯୁଦ୍ଧ ତୀବ୍ର ହୋଇଥିଲା। ଏହି ବର୍ଷ ବିଶ୍ୱ ଅର୍ଥନୀତି ଆହୁରି ରସାତଳକୁ ଚାଲିଯାଇଥିଲା । ବର୍ଷ ଶେଷ ସୁଦ୍ଧା ବିଶ୍ୱ ସମ୍ପୂର୍ଣ୍ଣ ଯୁଦ୍ଧରେ ବୁଡ଼ି ଯାଇଥିଲା।

ଦାବି ଯାହା ହେଉନା କାହିଁ, ଦୁଇ ବର୍ଷର ମଧ୍ୟରେ ତଫାତ୍ ୮୪ ବର୍ଷର । ଗ୍ରେଗୋରିଆନ କ୍ୟାଲେଣ୍ଡର କିପରି କାର୍ଯ୍ୟ କରେ ଏହା ହେଉଛି ତାହାର ପରିଣାମ। ଏହି ଘଟଣାଟି ଦେଖାଯାଉଥିବା ଅପେକ୍ଷା ଅଧିକ ସାଧାରଣ। ସମୟ ସହିତ, ଅଧିବର୍ଷ ପଦ୍ଧତି ଯୋଗୁଁ କିଛି ବର୍ଷ ସମାନ ଦିନ-ତାରିଖ ଗଠନକୁ ଅଂଶୀଦାର କରେ। ଏହା ଏକ ଜଣାଶୁଣା ଘଟଣା, ଏହାର କୌଣସି ଭବିଷ୍ୟବାଣୀ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.