LIVE TV

ହୀରାକୁଦର ୨୦ ଗେଟ୍ ଖୋଲା, ବିପଦ ସଙ୍କେତ ତଳେ ମହାନଦୀ- ମୁଖ୍ୟଯନ୍ତ୍ରୀ

NEWS7
Hirakud Dam

ଭୁବନେଶ୍ଵର: ଲଗାତାର ବର୍ଷା କାରଣରୁ ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଗେଟ ଖୋଲା ଯାଇ ଜଳ ନିଷ୍କାସନ ଚାଲିଛି। ମୁଣ୍ଡଳିରେ ୫ ଲକ୍ଷ ୭୮ ଜାର କ୍ୟୁସେକ ଜଳ ପ୍ରଭାବିତ ହେଉଛି। ଯଦି ମୁଣ୍ଡଳିର ଉପର ମୁଣ୍ଡରେ ବର୍ଷା ହୁଏ ତେବେ ଆଗକୁ ଅଧିକ ପାଣି ବଢ଼ିପାରେ ।କିନ୍ତୁ ବର୍ତ୍ତମାନ କୌଣସି ସ୍ଥାନରେ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉନାହିଁ ।  ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ । ମୁଣ୍ଡଳିର ଜଳସ୍ତର ବଢିବା କାରଣରୁ କିଛି ତଳିଆ ଅଞ୍ଚଳ ବା ଶାଖା ନଦୀ ଯଥା କାଠଯୋଡି, ବିରୂପା, କୁଶଭଦ୍ର, କୁଆଖାଇ, ଦୟା, ଭାର୍ଗବୀ, କଂଦଳ ଆଦି ଶାଖା ନଦୀରେ ଜଳ ସ୍ତର ବୃଦ୍ଧି ପାଇବ । ଏହାର ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ।

ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛିହା ସହ କ୍ଷେତ୍ର ପରିଦର୍ଶନ କରି ଟିମକୁ ମଧ୍ୟ ଆଜିଠାରୁ ବିଭିନ୍ନ ଅଞ୍ଚଳ ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କୋରାପୁଟ, ମାଲକାନଗିରି,କଳାହାଣ୍ଡିରେ ରେଡ ୱାର୍ନିଙ୍ଗ କରାଯାଇଛି । ସେହିଭଳି ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର,ରାୟଗଡ଼ା, କାନ୍ଦମଳା, ଗଞ୍ଜାମରେ ୱାରେଞ୍ଜ ୱାର୍ନିଙ୍ଗ ରହିଛି । ତେଣୁ ସମସ୍ତ ସତର୍କ ରହିବାକୁ ଆମେ ପରାମର୍ଶ ଦେଉଛୁ  ବୋଲି ମୁଖ୍ୟମନ୍ତ୍ରୀ ଯନ୍ତ୍ରୀ କହିଛନ୍ତି। 

ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମରେ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ ୨୪ ଘଣ୍ଟା  କାର୍ଯ୍ୟ କରିବା ଏବଂ ଏହାର ତଥ୍ୟ ଗୁଡିକ ଯେପରି ନିୟମିତ ଭାବେ ଅପଡେଟ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପରିବର୍ତ୍ତିତ ପରିସ୍ଥିତି ଦେଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଲଘୁଚାପ ପ୍ରଭାବରେ ୩ ଟି ଜିଲ୍ଲା ଯଥା- କୋରାପୁଟମାଲକାନଗିରି ଏବଂ କଳାହାଣ୍ଡି ବିଶେଷ ପ୍ରଭାବିତ ହେବାର ଆଶଙ୍କା ଥିବାବେଳେ ୧୪ ଟି ଜିଲ୍ଲା ଯଥା- ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ବର୍ଷାକୁ ନଜରରେ ରଖି ଏହାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।