News7 Logo

ସମାପ୍ତ ହେଲା ଜିଏସଟିର ୨ଟି ସ୍ଲାବ, ସେପ୍ଟେମ୍ବର ୨୨ରୁ ଏହି ସବୁ ଜିନିଷ ହେବ ଶସ୍ତା

NEWS7
GST

ନୂଆଦିଲ୍ଲୀ: ବସ୍ତୁ ଓ ସେବା କର(ଜିଏସଟି)ର ସ୍ଲାବ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି। ଜିଏସଟି ପରିଷଦ ବୈଠକର ୫୬ତମ ବୈଠକରେ ଦୁଇଟି ସ୍ଲାବ ହଟାଯାଇ ଦୁଇଟି ସ୍ଲାବକୁ ମଞ୍ଜୁରୀ ଦିଆଯାଇଛି। ଏବେ କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ ପ୍ରଚଳନ ହେବ। ଏହା ବ୍ୟତୀତ ୪୦ ପ୍ରତିଶତର  ଏକ ସ୍ଲାବ ରହିବ, ଯେଉଁଥିରେ ଲଗଜରୀ ସାମଗ୍ରୀ ପରିସରଭୁକ୍ତ ହେବ। ପୂର୍ବରୁ ଥିବା ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଛି। ନୂଆ ଜିଏସଟି ଦର ସେପ୍ଟେମ୍ବର ୨୨ରୁ ଲାଗୁ ହେବ। ଜିଏସଟି ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଜିଏସଟି ପରିଷଦର ବୈଠକରେ ସ୍ଵାସ୍ଥ୍ୟ ଓ ଜୀବନ ବୀମା ଉପରେ ଟ୍ୟାକ୍ସ ସମାପ୍ତ କରିବା ନେଇ ସହମତି ପ୍ରକାଶ ପାଇଛି। ଏହା ବ୍ୟତୀତ ଅଧିକାଂଶ  ଖାଦ୍ୟପେୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସଂପର୍କିତ ସାମଗ୍ରୀ ୫ ପ୍ରତିଶତ ସ୍ଲାବ ପରିସରଭୁକ୍ତ ହୋଇଛି।

କ'ଣ କ'ଣ ହେବ ଶସ୍ତା ?

ଜିଏସଟି ପରିଷଦ ବୈଠକରେ ଛେନା, ଘିଅ, ଡ୍ରାଇ ଫୁଡ୍ସ, ଡବା କ୍ଷୀର, ମାଂସ, ଜାମ, ଜେଲି, ପଇଡ଼ ପାଣି, ପିଇବା ପାଣିର ୨୦ ଲିଟର ବୋଟଲ, ନମକିନ, ଫଳ ଓ ଜୁସ, କ୍ଷୀରରେ ପ୍ରସ୍ତୁତ ପେୟ ଜଳ, ଆଇସକ୍ରିମ, ପେଷ୍ଟ୍ରି, ବିସ୍କୁଟ, କନଫ୍ଲାକ୍ସ ଏବଂ ଶସ୍ୟ ପରି ଉତ୍ପାଦ ଉପରେ ଟ୍ୟାକ୍ସ ଦରକୁ ୧୮ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତରେ ସାମିଲ କରାଯାଇଛି। ଅର୍ଥାତ ଏହି ସବୁ ଉତ୍ପାଦ ଶସ୍ତା ହେବ। ଏହା ବ୍ୟତୀତ ବିନା ପ୍ୟାକେଟର ଖାଦ୍ୟ ପଦାର୍ଥ ଉପରୁ ସଂପୂର୍ଣ୍ଣ ଭାବେ ଜିଏସଟି ହଟାଇ ଦିଆଯାଇଛି।

ପାନିଆ, ଟୁଥପେଷ୍ଟ, ବ୍ରଶ, ଫେସ ପାଉଡର ଉପରେ ରିହାତି

ଟୁଥ ପାଉଡର, କ୍ଷୀର ବୋତଲ, ବାସନକୁସନ, ସାଇକେଲ, ବାଉଁଶରେ ନିର୍ମିତ ଫର୍ଣ୍ଣିଚର ଓ ପାନିଆ ପରି ବସ୍ତୁ ଉପରେ ଜିଏସଟି ୧୨ ପ୍ରତିଶତରୁ କମାଇ ୫ ପ୍ରତିଶତ  କରା୍ଯିବାର ପ୍ରସ୍ତାବ ରହିଛି।  ଅନ୍ୟପଟେ ସାମ୍ପୁ, ଟଲକମ ପାଉଡର, ଟୁଥପେଷ୍ଟ, ବ୍ରଶ, ଫେସ ପାଉଡର, ସାବୁନ ଓ ହେୟାର ଓଏଲ ଉପରେ ୧୮ ପ୍ରତିଶତ ଜିଏସଟି ହଟାଯାଇ ୫ ପ୍ରତିଶତ କରାଯାଇଛି। ସିମେଣ୍ଟ ବି ଶସ୍ତା ହୋଇଛି। ସିମେଣ୍ଟକୁ ୨୮ ପ୍ରତିଶତ ଜିଏସଟିରୁ ହଟାଯା ୧୮ ପ୍ରତିଶତ ଜିଏସଟିରେ ରଖାଯାଇଛି। ଛୋଟ ପେଟ୍ରୋଲ-ଡିଜେଲ ଗାଡ଼ି ଏବଂ ୩୫୦ ସିସି ଇଞ୍ଜିନ ବିଶିଷ୍ଟ ବାଇକ ଉପରେ ଟ୍ୟାକ୍ସ ୨୮ ପ୍ରତିଶତ ହ୍ରାସ କରାଯାଇ ୧୮ ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ଟେଲିଭିଜନ, ଏସି, ଡିଶଓ୍ଵାଶର ପରି ଉପଭୋକ୍ତା ଉତ୍ପାଦ ଉପରେ ମଧ୍ୟ ଜିଏସଟି ହ୍ରାସ କରାଯାଇ ୧୮ ପ୍ରତିଶତ ସ୍ଲାବରେ ରଖିବାକୁ ନିଷ୍ପତ୍ତି ହୋଇଛି। ​​​​​​​

ଟେଲିଭିଜନ, ମନିଟର, ପ୍ରୋଜେକ୍ଟର, ସେଟ-ଟପ୍ ବକ୍ସ ହେବ ଶ

ଏହି ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣ ଉପରେ GST ମଧ୍ୟ ୨୮% ରୁ  ୧୮% କୁ ହ୍ରାସ କରାଯାଇଛି। ଏହା ପରେ ଏହି ଉତ୍ପାଦଗୁଡ଼ିକୁ ଗ୍ରାହକମାନଙ୍କ ପାଇଁ ଅଧିକ ଦରରେ ମିଳିବ। ବାୟୋଗ୍ୟାସ୍ ପ୍ଲାଣ୍ଟ, ପବନ କଳ, ପବନ ଚାଳିତ ବୈଦ୍ୟୁତିକ ଜେନେରେଟର, ଅପଚୟରୁ ଶକ୍ତି ପ୍ଲାଣ୍ଟ, ଉପକରଣ, PV ସେଲ୍, ସୌର କୁକର, ସୌର ଜଳ ହିଟର ଏବଂ ସିଷ୍ଟମ୍, ଇତ୍ୟାଦି ଉପରେ GST ୧୨% ରୁ ୫% କୁ ହ୍ରାସ କରାଯାଇଛି।

ସିଗାରେଟ୍, ଗୁଟଖା ଇତ୍ୟାଦି ଉପରେ ୪୦% ଟିକସ ଦେବାକୁ ପଡିବ

ପାନ ମସଲା, ସିଗାରେଟ୍, ଗୁଟଖା ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଯେପରିକି ଚୋବାଇବା ତମାଖୁ, ଜର୍ଦ୍ଦା, ଅନିର୍ମିତ ତମାଖୁ ଏବଂ ବିଡ଼ି ଉପରେ ୪୦ ପ୍ରତିଶତ ଲାଗୁ ହେବ।