LIVE TV

ବିଧାୟକଙ୍କ ବିରୁଦ୍ଧରେ ରହିଛି ୧୫୬ ମାମଲା, ବର୍ଷକରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି କୌଣସି ବିଧାୟକ

NEWS7
Mlas

ଭୁବନେଶ୍ବର ୨୦।୯: ଓଡ଼ିଶା ବିଧାୟକ ମାନଙ୍କ ବିରୋଧରେ ରହିଛି ୧୫୬ଟି ମାମଲା । ଏହିସବୁ ମାମଲା ଅପରାଧିକ ଶ୍ରେଣୀର ହୋଇଥିବା ବେଳେ ସମସ୍ତ ମାମଲା ବିଚାରାଧୀନ ରହିଛି । ଗତ ଏକ ବର୍ଷରେ କୌଣସି ବିଧାୟକ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି । ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ବିଧାୟିକା ସୁବାସିନୀ ଜେନା ପ୍ରଶ୍ନ କରିଥିଲେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଧାୟକ ମାନଙ୍କ ବିରୁଦ୍ଧରେ କେତୋଟି ମାମଲା କୋର୍ଟରେ ଏବେ ବିଚାରାଧିନ ରହିଛି । ମାମଲା ଗୁଡିକ କେଉଁ ବର୍ଗର, ଗତ ଏକ ବର୍ଷ ମଧ୍ୟରେ କେତେଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଏବେ ହାଇକୋର୍ଟରେ କେତୋଟି ଇଲେକ୍ସନ ପିଟିସନ ଦାୟର ହୋଇଛି ?

ଉତ୍ତରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଧାୟକ ମାନଙ୍କ ବିରୁଦ୍ଧରେ ମୋଟ୍‌ରେ ୧୫୬ ଗୋଟି ମାମଲା ବିଚାରାଧିନ ରହିଛି । ସେହି ମାମଲା ଗୁଡିକ ଅପରାଧିକ ବର୍ଗର । ଗତ ଏକ ବର୍ଷ ମଧ୍ୟରେ କୌଣସି ବିଧାୟକ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ଏବେ ସୁଦ୍ଧା ହାଇକୋର୍ଟରେ ମୋଟ୍‌ରେ ୨୬ ଗୋଟି ଇଲେକ୍ସନ ପିଟିସନ ଦାଏର ହୋଇଛି ଏବଂ ସେଗୁଡିକ ବିଚାରାଧିନ ଅବସ୍ଥାରେ ଅଛି ।