LIVE TV

ଆମେରିକାରେ ୧,୫୦,୦୦୦ରୁ ଅଧିକ ସରକାରୀ କର୍ମଚାରୀ ଏକାସଙ୍ଗରେ ଦେବେ ଇସ୍ତଫା

NEWS7
trump

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଂଘୀୟ କର୍ମଚାରୀଙ୍କ ସଂଖ୍ୟା କମ କରିବା ଅଭିଯାନରେ ଚଳିତ ସପ୍ତାହରେ ପ୍ରାୟ ୧,୫୦,୦୦୦ରୁ ଅଧିକ ସଂଘୀୟ କର୍ମଚାରୀ ଆମରେକା ସରକାରଙ୍କ ପେରୋଲ୍‌ରୁ ବାହାର ହୋଇଯିବେ । ଏହାକୁ ଆମେରିକା ଇତିହାସରେ ସବୁଠୁ ବଡ଼ ଇସ୍ତଫା ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଏହି କର୍ମଚାରୀଙ୍କୁ ଟ୍ରମ୍ପଙ୍କ ବାୟଆଉଟ୍ (Buyouts) ଅଫରକୁ ସ୍ୱୀକାର କରିବା ପାଇଁ ଚାପ ପକାଯାଇଥିଲା ।

ଡୋନାଲ୍ଡ ଟ୍ରମ୍ପ ଏହା ପୂର୍ବରୁ ସରକାରୀ ଖର୍ଚ୍ଚ କମ କରିବା ପାଇଁ ଟେସଲା ସିଇଓ ମସ୍କଙ୍କ ସହ ମିଶି ସରକାରୀ ଦକ୍ଷତା ବିଭାଗ ଗଠନ କରିଥିଲେ । ଖବର ଅନୁସାରେ ଯେଉଁ କର୍ମଚାରୀମାନେ ଟ୍ରମ୍ପ ପ୍ରଶାସନର ଡିଫର୍ଡ ଏକଜିଟ୍ ପ୍ରୋଗ୍ରାମକୁ ବାଛିଥିଲେ, ସେମାନଙ୍କ ଇସ୍ତଫା ମଙ୍ଗଳବାର ଠାରୁ ସ୍ୱୀକାର ହୋଇଯିବ । ଏହି ପ୍ରୋଗ୍ରାମ ଅଧିନରେ ସେପ୍ଟେମ୍ୱର ଯାଏ ସେମାନଙ୍କୁ ସରକାରୀ ପେରୋଲରେ ରଖାଯାଇଥିଲା ।

ଟ୍ରମ୍ପଙ୍କ ବାୟଆଉଟ୍ ନୀତି ଅଧିନରେ ସରକାରୀ କର୍ମଚାରୀଙ୍କ ଇଚ୍ଛାକୃତ ଇସ୍ତଫା ସମୟରେ ଏକ ନିଶ୍ଚିତ ଅର୍ଥରାଶି ପ୍ରଦାନ କରାଯିବ । କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଇସ୍ତଫା ଦେବା ପାଇଁ ସହମତି ହେବାକୁ ପଡ଼ିବ, ଯାହାପରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ମାସ ଯାଏ ଦରମା ସହ ପ୍ରଶାସନିକ ଛୁଟିରେ ରଖାଯାଇଥାଏ । ଏହା ବାୟଆଉଟ୍ ଟ୍ରମ୍ପଙ୍କ ସଂଘୀୟ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ଅଭିଯାନରେ ଏକ ପ୍ରମୁଖ ଅଂଶ । ତେବେ ଏହି ପ୍ରସ୍ତାବକୁ ଅସ୍ୱୀକାର କରୁଥିବା କର୍ମଚାରୀଙ୍କୁ ବରଖାସ୍ତ କରାଯିବା ଧମକ ଦିଆଯାଇଥିଲା ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଟ୍ରମ୍ପଙ୍କ ଏହି ପଦକ୍ଷେପ ଆମେରିକାକୁ ମହଙ୍ଗା ପଡ଼ିପାରେ । ୟୁନିଭର୍ସିଟି ଅଫ୍ ମିଶିଗନର ପ୍ରଫେସର ଡନ୍ ମୋୟନିହାନ କହିଛନ୍ତି, ଅନୁଭବୀ ସଂଘୀୟ କର୍ମଚାରୀଙ୍କ ବ୍ରେନ୍ ଡ୍ରେନ୍ ଭାବେ ଏହି ଇସ୍ତଫାର ସବୁଠୁ ବଡ଼ ପ୍ରଭାବ ଦେଖିବାକୁ ମିଳିବ । ଏପରି ପ୍ରତିଭାର କ୍ଷତିପୂରଣ କରିବା କଷ୍ଟସାଧ୍ୟ ହେବ । ସରକାରୀ କାର୍ଯ୍ୟକ୍ରମକୁ ଚଲାଇବା ପାଇଁ ଅଧିକ ଜ୍ଞାନ ଓ ଅନୁଭବ ବଢାଇବାକୁ ବର୍ଷ ବର୍ଷ ସମୟ ଲାଗିଥାଏ । ଏବେ ଆମେ ଏହି ସବୁ ଗୋଟିଏ ଝଟକାରେ ହରାଇବୁ ।