ଭୁବନେଶ୍ବର: ଉଦଘାଟିତ ହୋଇଛି “୧୨ତମ ଭୁବନେଶ୍ବର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୫”। ସ୍ଥାନୀୟ ଜନତା ଜନତା ମଇଦାନରେ ଆୟୋଜିତ ଏହି ବାଣିଜ୍ୟ ମେଳା ଆସନ୍ତା ସେପ୍ଟେମ୍ବର ୨୯ ଯାଏ ଚାଲିବ। ଆଗକୁ ପାର୍ବଣ ଥିବାରୁ ପୂଜା ବଜାରକୁ ଦୃଷ୍ଟିରେ ରଖି ଏହି ମେଳା ଆୟୋଜିତ କରାଯାଇଛି। ପ୍ରତିଦିନ ଅପରାହ୍ଣ ସାଢ଼େ ୧୦ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏହି ମେଳା ଚାଲିବ ।

ମେଳାରେ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୮ଟି ଦେଶ ଓ ଦେଶର ୨୨ଟି ରାଜ୍ୟର ପାରମ୍ପରିକ ସାମଗ୍ରୀ, ହସ୍ତତନ୍ତ ସହିତ ବିଭିନ୍ନ ଆସବାବପତ୍ର ବିକ୍ରି ହେବ । ଆଫଗାନିସ୍ତାନର ୧୦୦ ପ୍ରକାରର ଡ୍ରାଏ ଫ୍ରୁଟସ୍, ଜର୍ମାନୀର ଜିଜାଇନର୍ ଲ୍ୟାମ୍ପ, ଇରାନ ଖଜୁରୀ, ଗହଣା ଓ ହର୍ବାଲ୍ ତେଲ, ଦୁବାଇର ସୁଗନ୍ଧ ଆଦି ସାମଗ୍ରୀ ମିଳିବ। ଏହାଛଡ଼ା ଥାଇଲ୍ୟାଣ୍ଡରୁ ଗହଣା, ପାଦୁକା ଓ ପୋଷାକ, କୋରିଆର ମହିଳାଙ୍କ ପାଇଁ ଆକ୍ସେସୋରିଜ ବି ମିଳିବ ।

ସେହିଭଳି ଦେଶର ଭାଗଲପୁର, ପଞ୍ଜାବ, ବନାରସ, ଜୟପୁର, ଓଡ଼ିଶା ଓ ବାଙ୍ଗାଦେଶରୁ ବସ୍ତ୍ର ଓ ଶାଢ଼ି, ସୌନ୍ଦର୍ଯ୍ୟ ସାମଗ୍ରୀ, ଇଲେକ୍ଟ୍ରିକାଲ ସାମଗ୍ରୀ ବି ମିଳିବ। କାଶ୍ମିରର କାର୍ଭିଙ୍ଗ, ପ୍ରାଚୀନ ସାମଗ୍ରୀ, ସୋଫା, ଡାଇନିଂ ସେଟ୍, ଓ ଝୁଲା ମିଳିବ ।

ତେବେ ଏଥରର ବିଶେଷ ଆକର୍ଷଣ ରହିବ ଫୁଡ ଜୋନ୍‌, ଯେଉଁଠାରେ ବିଭିନ୍ନ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଉଛି । ମୁଖ୍ୟ ଆକର୍ଷଣ ରହିଛି ଚମ୍ପାରଣ ଆହୁନା ମଟନ୍ ଆଗୁଆଣ । ଯାହା କ୍ରାଉଡ ପୁଲର ଭାବେ ପ୍ରସିଦ୍ଧି ହାସଲ କରିଛି। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଏହି ମେଳା ଆୟୋଜନ କରୁଥିବାବେଳେ ଜଣକ ପିଛା ଏଣ୍ଟ୍ରି ଫି ୫୦ ଟଙ୍କା ରଖାଯାଇଛି।