ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା : ଭର୍ଚୁଆଲ୍‌ରେ ଅଭିଯୁକ୍ତ ହାଜର, SDJM କୋର୍ଟରୁ ଜିଲ୍ଲା କୋର୍ଟକୁ ମାମଲା ସ୍ଥାନାନ୍ତର

NEWS7
12-sit-vigilance-team-conducting-raid-in-various-places-of-abhaykant-pathak

ବ୍ରହ୍ମପୁର ୧୯।୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ୧୬ ଅଭିଯୁକ୍ତଙ୍କ ହେଲା କମିଟମେଣ୍ଟ । ଭର୍ଚୁଆଲ ମାଧ୍ୟମରେ ହାଜର ହେଲେ ଅଭିଯୁକ୍ତ । ଏସଡିଜେଏମ କୋର୍ଟରୁ ଜିଲ୍ଲା କୋର୍ଟକୁ ମାମଲା ସ୍ଥାନାନ୍ତରିତ ହୋଇଥିବା ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି । ୧୬୬୭ ପୃଷ୍ଠାର ଚାର୍ଜସିଟ୍ ଅଭିଯୁକ୍ତଙ୍କ ଓକିଲଙ୍କୁ ପ୍ରଦାନ କରିଥିବା ଓକିଲ କହିଛନ୍ତି ।

ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ମାମଲା ତୃତୀୟ ଏଡ଼ିଜେ ବିଧାୟକ/ସାଂସଦଙ୍କ ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ ହୋଇପାରେ ବୋଲି ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି । ଆଗକୁ ସେସନ୍ସ କୋର୍ଟରେ ମାମଲା ବିଚାରଣା ହେବା ନେଇ ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି ।

ଅନ୍ୟପଟେ କମିଟମେଣ୍ଟ ପରେ ପୀତବାସଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ଉପଯୁକ୍ତ ନ୍ୟାୟ ମିଳିବା ଆଶା ରଖିଥିବା ସେ କହିଛନ୍ତି ।